ଗାଜାରେ ଇସ୍ରାଏଲ ଏୟାର ଷ୍ଟ୍ରାଇକରେ ସାମ୍ବାଦିକଙ୍କ ମୃତ୍ୟୁ: ଚାରି ଅଲ୍ ଜଜିରା ରିପୋର୍ଟରଙ୍କ ମୃତ୍ୟୁ ପରେ ଉତ୍ତେଜନା

ଅନାସ୍ ଅଲ୍-ଶରୀଫ ମୃତ୍ୟୁ ପୂର୍ବରୁ ଗାଜାରେ ତୀବ୍ର ବୋମା ବର୍ଷଣର ଭିଡିଓ ପୋଷ୍ଟ କରିଥିଲେ । ଇସ୍ରାଏଲ ସେନା ଦାବି କରିଛି, ଅଲ୍-ଶରିଫ ହମାସର ଏକ ଗୋଷ୍ଠୀର ନେତୃତ୍ୱ ନେଉଥିଲେ ଏବଂ ଇସ୍ରାଏଲ ନାଗରିକ ଓ ସୈନ୍ୟଙ୍କ ଉପରେ ରକେଟ୍‌ ଆକ୍ରମଣ କରୁଥିଲେ ।

RRTTT

Photograph: (SOCIAL MEDIA)

କନକ ବ୍ୟୁରୋ: ଗାଜା ସହରରେ ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ଅଲ୍ ଜାଜୀରାର ଚାରି ଜଣ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି । ମୃତକମାନେ ହେଉଛନ୍ତି ସାମ୍ବାଦିକ ଅନାସ୍ ଅଲ୍-ଶରୀଫ, ମହମ୍ମଦ କ୍ରେଇକେହ ଏବଂ କ୍ୟାମେରାମ୍ୟାନ ଇବ୍ରାହିମ ଜାହେର ଓ ମୋମେନ ଅଲିଓ୍ବା । ଏହି ଘଟଣା ଅଲ୍-ଶିଫା ହସ୍ପିଟାଲ ନିକଟରେ ଘଟିଥିଲା । ଅନାସ୍ ଅଲ୍-ଶରୀଫ ମୃତ୍ୟୁ ପୂର୍ବରୁ ଗାଜାରେ ତୀବ୍ର ବୋମା ବର୍ଷଣର ଭିଡିଓ ପୋଷ୍ଟ କରିଥିଲେ । ଇସ୍ରାଏଲ ସେନା ଦାବି କରିଛି, ଅଲ୍-ଶରିଫ ହମାସର ଏକ ଗୋଷ୍ଠୀର ନେତୃତ୍ୱ ନେଉଥିଲେ ଏବଂ ଇସ୍ରାଏଲ ନାଗରିକ ଓ ସୈନ୍ୟଙ୍କ ଉପରେ ରକେଟ୍‌ ଆକ୍ରମଣ କରୁଥିଲେ । ଅଲ୍ ଜାଜୀରା ଏହାକୁ ନିନ୍ଦା କରିଛି ଏବଂ ଏହାକୁ ସାମ୍ବାଦିକତାର ସ୍ୱାଧୀନତା ଉପରେ ଆକ୍ରମଣ ବୋଲି କହିଛି । ପାଲେଷ୍ଟାଇନୀ ସାମ୍ବାଦିକ ସଂଘ ଏହାକୁ ସାମ୍ବାଦିକତା ବିରୋଧୀ ଅପରାଧ ବୋଲି କହିଛନ୍ତି । ଏହି ଆକ୍ରମଣରେ ମୋଟ ସାତ ଜଣଙ୍କର ମୃତ୍ୟୁ ହୋଇଛି । ୨୦୨୩ ଅକ୍ଟୋବରରୁ ଆରମ୍ଭ ହୋଇଥିବା ଇସ୍ରାଏଲ-ହମାସ ଯୁଦ୍ଧରେ ଏପର୍ଯ୍ୟନ୍ତ ୬୧ହଜାରୁ ଅଧିକ ପାଲେଷ୍ଟାଇନୀ ନିହତ ହୋଇଛନ୍ତି ।

ଇସ୍ରାଏଲ ଆକ୍ରମଣ: ୪ ସାମ୍ବାଦିକ ମୃତ
ଗାଜାର ଅଲ୍-ଶିଫା ହସ୍ପିଟାଲ ନିକଟରେ ଇସ୍ରାଏଲ ଏୟାର ଷ୍ଟ୍ରାଇକ୍ରେ ଚାରି ଅଲ୍ ଜାଜୀରା ସାମ୍ବାଦିକ ମୃତ
ମୃତକମାନେ ହେଲେ ଅନାସ୍ ଅଲ୍-ଶରୀଫ, ମହମ୍ମଦ କ୍ରେଇକେହ, ଇବ୍ରାହିମ ଜାହେର ଓ ମୋମେନ ଅଲିଓ୍ବା
ଅନାସ୍ ଅଲ୍-ଶରୀଫ ମୃତ୍ୟୁ ପୂର୍ବରୁ ଗାଜାରେ ବୋମାବର୍ଷଣର ଭିଡିଓ ପୋଷ୍ଟ କରିଥିଲେ
ଇସ୍ରାଏଲ ସେନା ସାମ୍ବାଦିକ ଅଲ୍-ଶରୀଫଙ୍କୁ ହମାସ ଗୋଷ୍ଠୀର ନେତା ବୋଲି କହିଛି
ଅଲ୍ ଜାଜୀରା ଏହାକୁ ସାମ୍ବାଦିକତା ସ୍ୱାଧୀନତା ଉପରେ ଆକ୍ରମଣ ବୋଲି ନିନ୍ଦା କରିଛି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe