କନକ ବ୍ୟୁରୋ: ଇଂଲଣ୍ଡ କ୍ରିକେଟ ଟିମର ଅଧିନାୟକ ପଦ ଛାଡ଼ିଲେ ଜୋସ ବଟଲର । ଦିନିକିଆ ଓ ଟି-୨୦ରେ ଆଉ ଅଧିନାୟକ ରହିବେନି ଜୋ ବଟଲର । ଚାମ୍ପିଅନ୍ସ ଟ୍ରଫିରୁ ଦଳ ବାଦ ପଡ଼ିବା ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି ବଟଲର । ଶନିବାର ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ଶେଷ ଥର ପାଇଁ ଦଳର ଅଧିନାୟକ ରହିବେ । ପୂର୍ବ ମ୍ୟାଚରେ ଇଂଲଣ୍ଡକୁ ହରାଇଥିଲା ଆଫଗାନିସ୍ତାନ ଟିମ୍ । ୫ ୱିକେଟରେ ଶକ୍ତିଶାଳୀ ଇଂଲଣ୍ଡ ଟିମକୁ ପରାସ୍ତ କରିଥିଲେ ଆଫଗାନିସ୍ତାନ ଖେଳାଳି । ଯାହାପରେ ଟିମ୍ ଚାମ୍ପିଅନ୍ସ ଟ୍ରଫିର ସେମିଫାଇନାଲ ଦୌଡ଼ରୁ ବାଦ ପଡ଼ିଥିଲା । ଏହି ପରାଜୟ ପରେ ଦଳକୁ ଅନେକ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା । ଏବେ ଅଧିନାୟକ ପଦ ଛାଡ଼ିବା ନେଇ ନଷ୍ପତ୍ତି ନେଇଛନ୍ତି ଜୋ ବଟଲର ।
ଇଂଲଣ୍ଡ ଅଧିନାୟକ ପଦ ଛାଡ଼ିଲେ ଜୋସ ବଟଲର: ଦିନିକିଆ ଓ ଟି-୨୦ରେ ଆଉ ରହିବେନି କ୍ୟାପଟେନ
ଇଂଲଣ୍ଡ କ୍ରିକେଟ ଟିମର ଅଧିନାୟକ ପଦ ଛାଡ଼ିଲେ ଜୋସ ବଟଲର । ଦିନିକିଆ ଓ ଟି-୨୦ରେ ଆଉ ଅଧିନାୟକ ରହିବେନି ଜୋ ବଟଲର । ଚାମ୍ପିଅନ୍ସ ଟ୍ରଫିରୁ ଦଳ ବାଦ ପଡ଼ିବା ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି ବଟଲର ।
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)