ପ୍ରତିଦିନ କରନ୍ତୁ ଯୋଗ : ଜାଣନ୍ତୁ ଯୋଗ କରିବାର ଉଚିତ ସମୟ ?

Advertisment

ଯୋଗକୁ କେବଳ ଆସନ କାରଣରୁ ଜଣାଯାଇଥାଏ। ହେଲେ ଏହା ମଣିଷର ଶରୀର, ମସ୍ତିଷ୍କ ଓ ନିଃଶ୍ୱାସର ତାଳମେଳରେ କରାଯାଉଥିବା ଏକ ଅଭ୍ୟାସ, ଯାହା ଆମ ଶରୀରକୁ ନମନୀୟ କରିଥାଏ ।

ଯୋଗକୁ କେବଳ ଆସନ କାରଣରୁ ଜଣାଯାଇଥାଏ। ହେଲେ ଏହା ମଣିଷର ଶରୀର, ମସ୍ତିଷ୍କ ଓ ନିଃଶ୍ୱାସର ତାଳମେଳରେ କରାଯାଉଥିବା ଏକ ଅଭ୍ୟାସ, ଯାହା ଆମ ଶରୀରକୁ ନମନୀୟ କରିଥାଏ ।

yoga

Photograph: (kanaknews)

କନକବ୍ୟୁରୋ : ଯୋଗକୁ କେବଳ ଆସନ କାରଣରୁ ଜଣାଯାଇଥାଏ। ହେଲେ ଏହା ମଣିଷର ଶରୀର, ମସ୍ତିଷ୍କ ଓ ନିଃଶ୍ୱାସର ତାଳମେଳରେ କରାଯାଉଥିବା ଏକ ଅଭ୍ୟାସ, ଯାହା ଆମ ଶରୀରକୁ ନମନୀୟ କରିଥାଏ । ଏଥିସହିତ ଯୋଗ ଆମର ମାନସିକ ଶାନ୍ତି ଦେବାରେ, ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ଏବଂ ଶରୀରକୁ କାର୍ଯ୍ୟକ୍ଷମ କରାଇବାରେ ମଧ୍ୟ ସହଯୋଗ କରିଥାଏ। ଅପରପକ୍ଷେ ବ୍ୟକ୍ତି ନିଜକୁ ଫିଟ୍‌ ରଖିବା ପାଇଁ ଜିମ୍‌କୁ ଯାଇଥାଏ। ଏହାଦ୍ୱାରା ଶରୀରରୁ ପ୍ରଚୁର ଝାଳ ନିଗିଡ଼େଇବାକୁ ମଧ୍ୟ ପଡ଼ିଥାଏ । 

ତେବେ ‘ୱାର୍କ-ଆଉଟ୍‌’ କରିବା ଆମର ଏକ ଶାରୀରିକ ଅଭ୍ୟାସ ହୋଇଥିବା ବେଳେ, ଯୋଗ ଆମର ଶରୀର, ମନ ଓ ସ୍ୱାସ୍ଥ୍ୟକୁ ସମ୍ମିଶ୍ରିତ ଭାବେ ପ୍ରଭାବିତ କରେ। ଏମିତି ତ କହିବାକୁ ଗଲେ ଯେ କୌଣସି ସମୟରେ ଯୋଗ କରାଯାଇପାରେ। ତେବେ ସୂର୍ଯ୍ୟୋଦୟର ଦୁଇଘଣ୍ଟା ପରର ସମୟ ଯୋଗ କରିବା ଲାଗି ଅଧିକ ଲାଭପ୍ରଦ। ଖାଦ୍ୟ ଖାଇବାର ତୁରନ୍ତ ପରେ ଯୋଗ କରନ୍ତୁ ନାହିଁ। ଖାଇବାର ୨ରୁ ୪ ଘଣ୍ଟା ପୂର୍ବରୁ ଯୋଗ କରିବା ଉଚିତ।  ଖୋଲା ଏବଂ ପବନ ଦେଉଥିବା ସ୍ଥାନ ଯୋଗ ପାଇଁ ସବୁଠୁ ଭଲ। ପବନ ଚଳାଚଳ ହେଉଥିବା ଘରେ ମଧ୍ୟ ଯୋଗ କରିହେବ। ଖୋଲା ପବନର ସଂସ୍ପର୍ଶରେ ଆସିଲେ ମନ ଶାନ୍ତ ରହେ ଓ ଶରୀରକୁ ଭଲ ଫଳ ମିଳେ। କିଛି ଆସନ ଅଛି ଯାହା କରି ହେବ ଓ ଅନ୍ୟ କିଛି ଲାଗି ବାରଣ ଥାଏ ।

ଏ ସମୟରେ ପେଟ ମାଡ଼ି ଓ ଗୋଡ଼ ଉଠାଇ କୌଣସି ଯୋଗ କରିବା ଉଚିତ ନୁହେଁ। ଏପରି ସ୍ଥିତିରେ ସ୍ଥିର ହୋଇ ପ୍ରାଣାୟାମ କରି ହେବ। ଯୋଗ ଆମ ମାନସିକ ଚାପ ପରିଚାଳନା ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ଦିନକୁ ୨୧ ମିନିଟ୍‌ର ଯୋଗ ଶରୀର ପାଇଁ ଔଷଧ ସଦୃଶ। ତେଣୁ ଏହି ୨୧ ମିନିଟ୍‌ ଭିତରେ ୨୧ ଥର ‘ଓଁ’ ଉଚ୍ଚାରଣ କରିବା, କପାଳଭାତୀ, ଅନୁଲୋମବିଲୋମ, ନାଡ଼ି ଶେଧନ ଆଦି କରିବାଦ୍ବାରା ଆମେ ମାନସିକ ଚାପରୁ ମୁକ୍ତି ପାଇପାରିବା। ମନେ ରଖିବା କଥା ଯେ ଯୋଗ କରିବା ପରେ ତୁରନ୍ତ ପାଣି ପିଇବା ନାହିଁ ଓ ସ୍ନାନ କରିବା ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe