ଲୁହାପଥର ଲୁଟୁଛନ୍ତି ମାଫିଆ । ମୁଣ୍ଡରୁ ଦୋଷ ହଟାଇବାକୁ ଚାହୁଁଛି ଖଣି ବିଭାଗ ।

Advertisment

କେନ୍ଦୁଝରରେ ଖଣି ଚୋରି ଅଭିଯୋଗ । ସବୁ ଦେଖି ନୀରବ ଜିଲ୍ଲା ପ୍ରଶାସନ । ଲୋକ ଦେଖାଣିଆ କିଛି ଗାଡିକୁ ସିଜ୍ କରି ଦୋଷମୁକ୍ତ ହେବାକୁ ଖଣି ବିଭାଗର ପ୍ରୟାସ ଅଭିଯୋଗ ।

କେନ୍ଦୁଝରରେ ଖଣି ଚୋରି ଅଭିଯୋଗ । ସବୁ ଦେଖି ନୀରବ ଜିଲ୍ଲା ପ୍ରଶାସନ । ଲୋକ ଦେଖାଣିଆ କିଛି ଗାଡିକୁ ସିଜ୍ କରି ଦୋଷମୁକ୍ତ ହେବାକୁ ଖଣି ବିଭାଗର ପ୍ରୟାସ ଅଭିଯୋଗ ।

Joda mines loot

Joda mines loot

କନକ ବ୍ୟୁରୋ: ଲୋକ ଦେଖାଣିଆ କିଛି ଗାଡିକୁ ଧରି ନିଜ ମୁଣ୍ଡରୁ ଦୋଷ ହଟାଇବାକୁ ଚାହୁଁଛି ଖଣି ବିଭାଗ। ନୟାଗଡ଼ ରେଳ ସାଇଡିଙ୍ଗ ନିକଟରେ ଗଚ୍ଛିତ ଥିବା ଲୁହାପଥର ଉପରେ ଖଣି ମାଫିଆ ମାନେ କବଜ। କରି ଚୋରା ଚାଲାଣ କରୁଥିବା ଜଣାପଡିଛି। ସେହି ଗଛିତ ଲୁହାପଥର ଷ୍ଟକ୍ରୁ ଦିନ ରାତି ବେଆଇନ ଭାବେ ପରିବହନ ହେଉଛି ଲୁହାପଥର। ଏହାକୁ ନେଇ ବାରମ୍ବାର ଅଭିଯୋଗ ପରେ ବାମେବାରି ଚଢ଼ାଉ କରି ୩ଟି ଟ୍ରକ ଓ ଗୋଟିଏ ଜେସିବି ଜବତ କରିଛି।

୨୦୧୦ରୁ ନୟାଗଡ଼ ରେଳ ସାଇଡିଙ୍ଗ ନିକଟରେ ଗଦା ହୋଇଥିବା ଲୁହାପଥର ଲୁଟି ନେଉଛନ୍ତି ମାଫିଆ । ଖଣି ବାହାରେ ନୟାଗଡ଼-ପଳାସପଙ୍ଗା ରାସ୍ତାକଡ଼ରେ ପ୍ରାୟ ୪ ହଜାର ମେଟ୍ରକ୍ ଟନ୍ ଖଣିଜ ଗଦା ହୋଇ ରହିଛି । ତେଣୁ ଏହାକୁ ଗଚ୍ଛିତ ରଖିଥିବା ରପ୍ତନିକାରୀ ସଂସ୍ଥାର ଷ୍ଟୋରିଂ ଲାଇସେନ୍ସ ରଦ୍ଧ ହୋଇଛି । ସଂପୃକ୍ତ ସଂସ୍ଥା ଲୁହାପଥର ରପ୍ତାନି କରି ନପାରିବାରୁ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି । ଦୀର୍ଘବର୍ଷ ପରେ ମଧ୍ୟ ଖଣି ବିଭାଗ ଏହାକୁ ଜବତ କରି ନିଲାମ କରୁନାହିଁ । ତେଣୁ କଙ୍କଡ଼ାକୁ ଗୋଳିପାଣି ସୁହାଇବା ଭଳି ମାଫିଆଙ୍କୁ ସୁହାଇଛି ପ୍ରଶାସନର କୋହଳ ମନୋବୃତ୍ତି । ଲୁହାପଥର ଲୁଟି ମାଫିଆଙ୍କ ପକେଟ୍ ଗରମ ହେଉଥିବା ବେଳେ ରାଜ୍ୟ ହରାଉଛି ରାଜସ୍ୱ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe