କନକ ବ୍ୟୁରୋ : ଆଇଏଏସ୍ ଟିନା ଦାବି, ଆଇପିଏସ୍ ଅମିତ୍ ଲୋଢାଙ୍କ ପରି ଆହୁରି ଅନେକ ଅଫିସର ଅଛନ୍ତି ଯେଉଁ ମାନେ କି ଖୁବ୍ ଚର୍ଚ୍ଚିତ । ଏହି ଚର୍ଚ୍ଚିତ ଲିଷ୍ଟରେ ଆସୁଛନ୍ତି ଆଉ ଜଣେ ଆଇଏଏସ୍ ଅଫିସର । ଯିଏକି ଦରମା ହିସାବରେ ନିଅନ୍ତି କେବଳ ଟଙ୍କାଟିଏ । ଆମେ କହୁଛୁ ଚର୍ଚ୍ଚିତ ଆଇଏଏସ୍ ଅଫିସର ଅମିତ କଟାରିଆ । ଯିଏକି ତାଙ୍କ କାମକୁ ନେଇ ସବୁବେଳେ ପ୍ରଂଶସା ସାଉଁଟିଥାନ୍ତି । ଯେତେବେଳେ ଏହି ଆଇଏଏସ୍ ଅଫସର ଜଣଙ୍କ ବସ୍ତରରେ ଜିଲ୍ଲାପାଳ ଥିଲେ ସେତେବେଳେ ଧାନ ଖେତରେ ପହଁଚି ଚାଷୀଙ୍କ ସହ ଘଂଟାଏ ଧରି ଧାନ କାଟି ଚର୍ଚ୍ଚାକୁ ଆସିଥଲେ ।
ହରିୟାଣାର ର ଗୁରୁଗ୍ରାମର ବାସିନ୍ଦା ଅମିତ୍ କଟାରିଆ ବର୍ତ୍ତମାନ ଛତିଶଗଡରେ ନିଯୁକ୍ତ ଅଛନ୍ତି । ସେ ୭ ବର୍ଷ ପରେ ସେଣ୍ଟ୍ରାଲ ଡେପୁଟେଶନରୁ ଫେରିଛନ୍ତି । ତେବେ ଏହା ମଧ୍ୟ ଆପଣ ଜାଣିନଥିବେ ଅମିତ୍ କଟାରିଆ ଦେଶର ସବୁଠାରୁ ଧନୀ ଆଇଏଏସ୍ ଅଫିସର ବୋଲି । କିନ୍ତ ସେ ଯେତେବେଳେ ନିଜ କ୍ୟାରିୟର ଆରମ୍ଭ କରିଥିଲେ ପ୍ରଶାସନିକ କ୍ଷେତ୍ରରେ ମାସିକ ଦରମା ହିସାବରେ ମାତ୍ର ଟଙ୍କାଟିଏ ନେଉଥିଲେ । ଆଇଏଏସ ଅମିତ୍ କଟାରିଆ ଦେଶର ଟପ୍ ୧୦ ଧନୀ ଆଇଏଏସ୍ ଲିିଷ୍ଟରେ ସାମିଲ ଅଛନ୍ତି । ୨୦୦୩ର ହୋଇଥିବା ୟୁପିଏସସି ପରୀକ୍ଷାରେ ଅମିତ୍ କଟାରିଆ ୧୮ ରାଙ୍କ ରଖି କୃତକାର୍ଯ୍ୟ ହୋଇଥିଲେ । ଅମିତ୍ କଟାରିଆଙ୍କ ସ୍ତ୍ରୀ ଅସ୍ମିତା ହଣ୍ଡା ଜଣେ ପାଇଲଟ । ତାଙ୍କ ଦରମା ମଧ୍ୟ ଲକ୍ଷ ଲକ୍ଷ । ଅମିତ୍ କଟାରିଆଙ୍କ ନେଟୱର୍ଥ ୮.୯୦ କୋଟି ପାଖାପାଖି ବୋଲି କୁହାଯାଏ ।