ଏ ଅନ୍ୟାୟ ଆଉ କେତେ ଦିନ ଚାଲିବ? ଚାକିରି ପାଇଁ ସଂଘର୍ଷ କରୁଛି ଆଶାୟୀ,ସ୍ବପ୍ନକୁ ଧୂଳିସାତ୍ କରୁଛି ଏସି ରୁମରେ ବସି ବାବୁଙ୍କ ଡିଲ୍

Advertisment

ଏସି ଘରେ ବସି ଚାକିରିର ସଉଦା କରୁଥିବା ବାବୁ କେମିତି ବୁଝିବେ ବିନା ଫ୍ୟାନରେ କେମିତି ପଢ଼େ ଛାତ୍ର । କେମିତି ଭଙ୍ଗା ଛାତରେ ସରକାରୀ ଚାକିରିର ସ୍ବପ୍ନ ଦେଖେ । ପ୍ରତିଟି କାନ୍ଥ ଫାଟିଯାଇଛି, ଖପରା ଘରେ ନିଯୁକ୍ତି ପରୀକ୍ଷା ପାଇଁ ପ୍ରସ୍ତୁତି ଚାଲିଛି ।

ଏସି ଘରେ ବସି ଚାକିରିର ସଉଦା କରୁଥିବା ବାବୁ କେମିତି ବୁଝିବେ ବିନା ଫ୍ୟାନରେ କେମିତି ପଢ଼େ ଛାତ୍ର । କେମିତି ଭଙ୍ଗା ଛାତରେ ସରକାରୀ ଚାକିରିର ସ୍ବପ୍ନ ଦେଖେ । ପ୍ରତିଟି କାନ୍ଥ ଫାଟିଯାଇଛି, ଖପରା ଘରେ ନିଯୁକ୍ତି ପରୀକ୍ଷା ପାଇଁ ପ୍ରସ୍ତୁତି ଚାଲିଛି ।

Fail Education System

Fail Education System Photograph: (KanakNews)

କନକ ବ୍ୟୁରୋ : ସରକାରୀ ଚାକିରି ଖଣ୍ଡିଏ ପାଇଁ ଆଶାୟୀଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲୁଛି । ପ୍ରତିବର୍ଷ ଏହି ତାଲିକାରେ ଯୋଡ଼ି ହେଉଛନ୍ତି ନୂଆ ଆଶାୟୀ । ଏହାର ସୁଯୋଗ ନେଇ ଆଶାୟୀଙ୍କୁ ଲୁଟୁଛନ୍ତି ଦଲାଲ । ଯିଏ ଟଙ୍କା ଦେଲା ସେ ଚାକିରି କଲା, ନହେଲେ ନାହିଁ । ରାତି ଦିନ ଅକ୍ଳାନ୍ତ ପରିଶ୍ରମ କରି ପାଠ ପଢ଼ିଲେ ବି ତାର ମୂଲ୍ୟ କିଛି ରହୁନି । ଏସି ଘରେ ବସି ଚାକିରିର ସଉଦା କରୁଥିବା ବାବୁ କେମିତି ବୁଝିବେ ବିନା ଫ୍ୟାନରେ କେମିତି ପଢ଼େ ଛାତ୍ର । କେମିତି ଭଙ୍ଗା ଛାତରେ ସରକାରୀ ଚାକିରିର ସ୍ବପ୍ନ ଦେଖେ । ପ୍ରତିଟି କାନ୍ଥ ଫାଟିଯାଇଛି, ଖପରା ଘରେ ନିଯୁକ୍ତି ପରୀକ୍ଷା ପାଇଁ ପ୍ରସ୍ତୁତି ଚାଲିଛି । ନିଜେ ନିଜର ମନୋବଳ ବଢ଼ାଇବା ପାଇଁ କାନ୍ଥରେ କିଏ ଲେଖିଛି ହାଇଡ୍ ୟୋର ପେନ୍ ତ ଆଉ କିଏ ଲେଖିଛି ହାର୍ଡ ୱର୍କ 100% । ଏହା ଭିତରେ ପରିବାରର ଆର୍ଥିକ ମେରୁଦଣ୍ଡ ହେବାକୁ ଅହରହ ସ୍ବପ୍ନ ଦେଖୁଛନ୍ତି ଏହି ଆଶାୟୀମାନେ ।
 
ଗୋଟିଏ ପଟେ ଚାକିରି କିଣିବାକୁ ଲକ୍ଷ ଲକ୍ଷର ଟଙ୍କାର ଡିଲ୍ ହେଉଛି ।  ଆଉ ଏଠି ଚାକିରି ପାଇଁ ସଂଘର୍ଷମୟ ଜୀବନ ଜିଉଁଛି ଆଶାୟୀ । ଏଠି ଯାହା ପାଖରେ ଟଙ୍କା,ସିଏ ଚାକିରି ପାଇଁ ପ୍ରଥମ ପସନ୍ଦ ବନିଯାଉଛି । କିନ୍ତୁ ବର୍ଷ ବର୍ଷ ଧରି ପରିଶ୍ରମ ପରେ ବି ଟଙ୍କା ନଥିବାରୁ ସ୍ବପ୍ନରେ ଧୂଳି ଜମୁଛି । ସମ୍ବଲପୁରର ଫାଟକ ଅଞ୍ଚଳରେ ଏମିତି ଅନେକ ଚାମ୍ବର ରହିଛି ଯାହା ଜରାଜୀର୍ଣ୍ଣ ଅବସ୍ଥାରେ ଅଛି । ତଥାପି ଘରଭଡ଼ା ଅନ୍ୟ ସ୍ଥାନ ଅପେକ୍ଷା ଏଠାରେ କମ୍ ହୋଇଥିବାରୁ ଆଶାୟୀ ଛାତ୍ର ଏଇଠି ରହି ପାଠ ପଢ଼ୁଛନ୍ତି । କିଏ ୪ ବର୍ଷ ହେଲା ପରିଶ୍ରମ କରୁଛି ତ ଆଉ କିଏ ୮ ବର୍ଷ ହେଲା ସଂଘର୍ଷ କରୁଛି । ପରୀକ୍ଷା ପାଇଁ ପ୍ରସ୍ତୁତି ବେଳେ କେବେ ପ୍ରଶ୍ନପତ୍ର ଲିକ୍ ପୁଣି କେବେ ଚାକିରି ବିକ୍ରି ହେଉଥିବାରୁ ପରୀକ୍ଷା ବାତିଲର ଖବର ଏମାନଙ୍କୁ ବାରମ୍ବାର ଭାଙ୍ଗୁଛି । ତଥାପି ପିଢ଼ି ପିଢ଼ିର ଗରିବୀ ଦୂର କରିବାକୁ ପୁଣି ସଳଖି ଏକାସାଙ୍ଗରେ ଭ୍ରଷ୍ଟ ସିଷ୍ଟମ୍ ସହ ଲଢ଼ୁଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe