ଚାକିରି ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ, ଜୟପୁର ସଦର ଥାନାରେ ଦ୍ୱାରସ୍ଥ ହେଲେ ଠକେଇରେ ଶିକାର ଏକାଧିକ ଛାତ୍ର

ଦରମା ଦେଖି ଆଇଟିଆଇ, ଯୁକ୍ତ ୨ ପାସ୍‌ ଛାତ୍ର ଏଥିପାଇଁ ଆବେଦନ କରିଥିଲେ ।  କୋରାପୁଟ ଜିଲ୍ଲା ଜୟପୁର ସ୍ଥିତ ମୁଖ୍ୟ ଚିକିତ୍ସାଳୟରେ ନିଯୁକ୍ତି ମିଳିବା ନେଇ କୁହାଯାଇଥିଲା । ହେଲେ ଆଇକ୍ବ ନାମକ ସଂସ୍ଥା ଆବେଦନ କରିଥିବା ଯୁବକଙ୍କ ଠାରୁ ସିକ୍ୟୁରିଟି ଡିପୋଜିଟ ବାବଦରେ ଲକ୍ଷାଧିକ ଟଙ୍କା ନେଇ ଯାଇଥିବା ଅଭିଯୋଗ ଆସିଛି ।

18

କନକ ବ୍ୟୁରୋ : ଚାକିରି ଦେବା ନାଁରେ ଲକ୍ଷାଧିକ ଟଙ୍କାର ଠକେଇ। ବିଜ୍ଞାପନ ଦେଖି ଚାକିରି ପାଇଁ ଆବେଦନ କରିଥିଲେ। କିଏ ସିକ୍ୟୁରିଟି ଗାର୍ଡ଼ ତ ଆଉ କିଏ ସୁପରଭାଇଜର। ଭିନ୍ନ ଭିନ୍ନ ପଦବି ପାଇଁ ବିଜ୍ଞାପନରେ ରହିଥିଲା ଉଲ୍ଲେଖ । ଦରମା ଦେଖି ଆଇଟିଆଇ, ଯୁକ୍ତ ୨ ପାସ୍‌ ଛାତ୍ର ଏଥିପାଇଁ ଆବେଦନ କରିଥିଲେ ।  କୋରାପୁଟ ଜିଲ୍ଲା ଜୟପୁର ସ୍ଥିତ ମୁଖ୍ୟ ଚିକିତ୍ସାଳୟରେ ନିଯୁକ୍ତି ମିଳିବା ନେଇ କୁହାଯାଇଥିଲା । ହେଲେ ଆଇକ୍ବ ନାମକ ସଂସ୍ଥା ଆବେଦନ କରିଥିବା ଯୁବକଙ୍କ ଠାରୁ ସିକ୍ୟୁରିଟି ଡିପୋଜିଟ ବାବଦରେ ଲକ୍ଷାଧିକ ଟଙ୍କା ନେଇ ଯାଇଥିବା ଅଭିଯୋଗ ଆସିଛି । କାହା ପାଖରୁ ୭୫ ହଜାର, କାହା ପାଖରୁ ୬୦ ହଜାର ଏପରି ୩ ଲକ୍ଷରୁ ଅଧିକ ଟଙ୍କା ନେବା ସହ ପରିଚୟ ପତ୍ର ବି ନେଇଛି ସଂସ୍ଥା । ହେଲେ ଟଙ୍କା ନେବା ପରେ ମାସେ ହେଲାଣି ଧରାଛୁଆଁ ଦେଉନାହାନ୍ତି ସଂସ୍ଥାର ମାଲିକ । ଯାହାକୁ ନେଇ ଜୟପୁର ସଦର ଥାନାର ଦ୍ବାରସ୍ଥ ହୋଇଛନ୍ତି ଠକେଇର ଶିକାର ଏକାଧିକ ଛାତ୍ର । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe