କନକ ବ୍ୟୁରୋ: ଚାକିର କରାଇ ଦେବାକୁ କହି ଲକ୍ଷାଧିକ ଟଙ୍କାର ଠକେଇ । ନିଯୁକ୍ତି ପତ୍ର ବଦଳରେ ଆସିଲା ଏଟିଏମ୍‌ କାର୍ଡ ଓ ଫଟୋ। ବାଲେଶ୍ୱର ଜିଲ୍ଲା ସୋର ପୌରପାଳିକାରୁ ଆସିଛି ଅଭିଯୋଗ । ସୋର ଆଶ୍ରମ ଛକରେ ବାହାଦଲପୁର ଗାଁର ବଂଶୀଧର ବାରିକ ସେଲୁନ ଦୋକାନ ଖୋଲିଛନ୍ତି । ସେଲୁନକୁ ମନୋଜ ଦତ୍ତ ନାମକ ଯୁବକ ଆସି ନିଜକୁ ପୁଲିସ ଅଧିକାରୀ ବୋଲି ପରିଚୟ ଦେଇ ଭଦ୍ରକ ପୁଲିସ ବିଭାଗରେ ବାରିକ ଚାକିରି କରାଇ ଦେବେ ବୋଲି ଲୋଭ ଦେଖାଇଥିଲେ । ଏଥିପାଇଁ ମନୋଜଙ୍କୁ ଫୋନ ପେ’ ମାଧ୍ୟମରେ ୧ ଲକ୍ଷ ୪୮ ହଜାର ଟଙ୍କା ଦେଇଥିଲେ ବଂଶୀଧର । ପରେ ଓଡ଼ିଶା ପୁଲିସର ନିଯୁକ୍ତି ପତ୍ର ଥିବା କହି ବଂଶୀଧରଙ୍କୁ ଏକ ଲଫାପା ଦେଇଥିଲେ ମନୋଜ । କିନ୍ତୁ ସେଥିରେ ଜାଲ ନିଯୁକ୍ତିପତ୍ର ସହିତ ଭିନ୍ନ ଭିନ୍ନ ନାଁରେ ୨ଟି ଏଟିଏମ୍‌ କାର୍ଡ ଏବଂ ଅନ୍ୟ ଜଣଙ୍କର ଏକ ପାସପୋର୍ଟ ଫଟୋ ରହଛି । ଏନେଇ ବଂଶୀଧର ସୋର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।