କନକ ବ୍ୟୁରୋ :ଜ୍ଞାନେଶ କୁମାର ଦେଶର ନଆ ମୁଖ୍ୟ ନିର୍ବାଚନ କମିଶନର ନିଯୁକ୍ତ । ସେ ବର୍ତ୍ତମାନ ମୁଖ୍ୟ ନିର୍ବାଚନ କମିଶନର ଥିବା ରାଜୀବ କୁମାରଙ୍କ ସ୍ଥାନ ନେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵାଧୀନ ଚୟନ ବୈଠକରେ ମୁଖ୍ୟ ନିର୍ବାଚନ କମିଶନର ଭାବରେ ଜ୍ଞାନେଶ କୁମାରଙ୍କ ନାଁ ଉପରେ ମୋହର ବାଜିଛି । ନିଯୁକ୍ତିକୁ ନେଇ ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ୧୯୮୮ ବ୍ୟାଚର କେରଳ କ୍ୟାଡର ଆଇଏଏସ ହେଉଛନ୍ତି ଜ୍ଞାନେଶ କୁମାର । ଏନେଇ ଆଇନ ଏବଂ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । 

Advertisment

ରାଷ୍ଟ୍ରପତି ଆସନ୍ତାକାଲି ଜ୍ଞାନେଶ କୁମାରଙ୍କୁ ମୁଖ୍ୟ ନିର୍ବାଚନ କମିଶନର ଭାବରେ ନିଯୁକ୍ତ କରିବେ।’ ନୂତନ ସିଇସି ବିହାର ବିଧାନସଭା ନିର୍ବାଚନ ଏବଂ ଆସନ୍ତା ବର୍ଷ ହେବାକୁ ଥିବା ବେଙ୍ଗଲ ଏବଂ ତାମିଲନାଡୁ ସମେତ ଅନ୍ୟାନ୍ୟ ନିର୍ବାଚନ ପରିଚାଳନା କରିବେ। ସେହିଭଳି ୧୯୮୯ ବ୍ୟାଚର ଆଇଏଏସ ବିବେକ ଯୋଶୀଙ୍କୁ ନିର୍ବାଚନ କମିଶନର ଭାବରେ ନିଯୁକ୍ତ କରାଯାଇଛି। ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାସଭବନରେ ନୂତନ ନିର୍ବାଚନ କମିଶନରଙ୍କ ଚୟନ ସଂପର୍କିତ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଯୋଗ ଦେଇଥିଲେ । ରାହୁଲ ଗାନ୍ଧୀ ବୈଠକରୁ ବାହାରକୁ ଆସିବା ପରେ କଂଗ୍ରେସ ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ବୈଠକର ବୈଧତା ଉପରେ ପ୍ରଶ୍ନ ଉଠାଇଥିଲେ । କଂଗ୍ରେସ ନେତା ଅଭିଷେକ ମନୁ ସିଂଘଭୀ ଏବଂ ଅଜୟ ମାକେନ କହିଥିଲେ, ଆମର ଦାବି ହେଉଛି ନିର୍ବାଚନ କମିଶନରଙ୍କୁ ନିଯୁକ୍ତି ଦେଉଥିବା କମିଟିରେ ଭାରତର ପ୍ରଧାନ ବିଚାରପତି ରହିବା ଉଚିତ । 
ନୂଆ ଇସିଆଇ
 
ଜ୍ଞାନେଶ କୁମାର ଦେଶର ନଆ ମୁଖ୍ୟ ନିର୍ବାଚନ କମିଶନର ନିଯୁକ୍ତ
ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କ ସ୍ଥାନ ନେବେ ଜ୍ଞାନେଶ କୁମାର
୧୯୮୮ ବ୍ୟାଚର କେରଳ କ୍ୟାଡର ଆଇଏଏସ ହେଉଛନ୍ତି ଜ୍ଞାନେଶ କୁମାର
ଆଇଏଏସ ଚାକିରିରୁ ଅବସର ପରେ ନୂଆ ଇସିଆଇ ନିଯୁକ୍ତ ହୋଇଛନ୍ତି
ପୂର୍ବରୁ ସେ ସଂସଦୀୟ ବ୍ୟାପର ମନ୍ତ୍ରଣାଳୟର ସଚିବ ଥିଲେ
ଗହ ମନ୍ତ୍ରଣାଳୟରେ ମଧ୍ୟ କାର୍ଯ୍ୟ କରିଛନ୍ତି ଜ୍ଞାନେଶ କୁମାର
ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ଗଠନରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ଥିଲା
ଧାରା ୩୭୦ ହଟିବା ପରେ ଜାମ୍ମୁ କାଶ୍ମୀରର ପରିଚାଳନାରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ରୋଲ ଥିଲା
ସେ ସିଭିଲ ଇଞ୍ଜିନିୟରିଂରେ ଆଇଆଇଟି କାନପୁରରୁ ବି-ଟେକ କରିଛନ୍ତି
ଗତ ମାର୍ଚ୍ଚ ୧୫ ତାରିଖରେ ସେ ନିର୍ବାଚନ କମିଶନର ଭାବେ ନିଯୁକ୍ତ ହୋଇଥିଲେ
ରାଷ୍ଟ୍ରପତି ଆସନ୍ତାକାଲି ଜ୍ଞାନେଶ କୁମାରଙ୍କୁ ମୁଖ୍ୟ ନିର୍ବାଚନ କମିଶନର ନିଯୁକ୍ତ କରିବେ