କନକ ବ୍ୟୁରୋ : ଓଟିଟିର ଯୁଗ ଚାଲିଛି, ଲୋକମାନେ ଘରେ ବସି Jio Hotstar, Amazon Prime Video ଏବଂ Netflix ଭଳି ପ୍ଲାଟଫର୍ମରେ ସିନେମା ଏବଂ ସୋ’ ଦେଖିବାକୁ ପସନ୍ଦ କରୁଛନ୍ତି । କିନ୍ତୁ ଅନେକ ଲୋକଙ୍କୁ ପ୍ଲାନର ଦାମ୍ ଅଧିକ ଲାଗେ, ଯେଉଁ କାରଣରୁ ସେମାନେ ସବସ୍କ୍ରିପସନ୍ କିଣିବାର ବିଚାରକୁ ହିଁ ଛାଡ଼ିଦିଅନ୍ତି । ଆଜି ଆମେ ଆପଣଙ୍କ ପାଇଁ ମାତ୍ର ୧୦୦ ଟଙ୍କାରେ ଏମିତି ଏକ ରିଚାର୍ଜ ପ୍ଲାନ୍ ଆଣିଛୁ, ଯାହା ଆପଣଙ୍କୁ ଜିଓ ହଟଷ୍ଟାରର ଲାଭ ଅଫର କରିବ । କେବଳ ଓଟିଟି ବେନିଫିଟ୍ ନୁହେଁ ବରଂ ଆପଣଙ୍କୁ ୧୦୦ ଟଙ୍କାରେ ଡାଟା ମଧ୍ୟ ଦିଆଯିବ ।
/filters:format(webp)/kanak/media/media_files/2025/09/07/jioairtelvodaidea-2025-09-07-18-43-13.jpg)
Airtel 100 Plan
୧୦୦ ଟଙ୍କିଆ ଏୟାରଟେଲ ପ୍ରିପେଡ୍ ପ୍ଲାନ୍ ଆପଣମାନଙ୍କୁ ୫ ଜିବି ହାଇ ସ୍ପିଡ୍ ଡାଟା ସହିତ Jio Hotstar ର ଲାଭ ଅଫର ଦେବ । ୩୦ ଦିନର ବୈଧତା ସହିତ ଆସୁଥିବା ଏହି ପ୍ଲାନ୍ ସହିତ କଲିଙ୍ଗ୍ କିମ୍ବା ଏସଏମଏସର ଫାଇଦା ମିଳିବ ନାହିଁ, କାରଣ ଏହା ଏକ ଡାଟା ପ୍ଲାନ୍ ।
Jio 100 Plan
ରିଲାଏନ୍ସ ଜିଓର ୧୦୦ ଟଙ୍କିଆ ପ୍ଲାନ୍ ମଧ୍ୟ ୫ ଜିବି ଡାଟାର ଫାଇଦା ଦେଇଥାଏ, କିନ୍ତୁ ଏହି ପ୍ଲାନର ଖାସ୍ କଥା ଏହା ଯେ ଆପଣଙ୍କୁ ୧୦୦ ଟଙ୍କା ଖର୍ଚ୍ଚ କରିବା ଉପରେ ୩୦ ବଦଳରେ ୯୦ ଦିନ ପାଇଁ ଜିଓ ହଟଷ୍ଟାରର ଲାଭ ଦିଆଯିବ । ଏହାର ଅର୍ଥ ହେଉଛି ଆପଣ ୩ ମାସ ପର୍ଯ୍ୟନ୍ତ ୧୦୦ ଟଙ୍କାରେ ହଟଷ୍ଟାରକୁ ମୋବାଇଲ୍ କିମ୍ବା ଟିଭି ଯେକୌଣସି ଡିଭାଇସ ଜରିଆରେ ଦେଖିପାରିବେ ।
Vi 151 Plan
ଏୟାରଟେଲ ଏବଂ ଜିଓ ତୁଳନାରେ Vodafone Ideaର ଜିଓ ହଟଷ୍ଟାର ଥିବା ପ୍ଲାନ୍ ୫୦ ଟଙ୍କା ମହଙ୍ଗା । କିନ୍ତୁ Vi ପ୍ଲାନ ସହିତ ୯୦ ଦିନର ବୈଧତାର ଫାଇଦା ମିଳିଥାଏ । ଏହି ପ୍ଲାନ୍ ୯୦ ଦିନ ପର୍ଯ୍ୟନ୍ତ ପ୍ରିପେଡ୍ ୟୁଜର୍ସଙ୍କୁ ଜିଓ ହଟଷ୍ଟାରର ବେନିଫିଟ୍ ଦେବା ସହିତ ୪ ଜିବି ଡାଟାର ବେନିଫିଟ୍ ଅଫର୍ କରିଥାଏ ।