କନକ ବ୍ୟୁରୋ: ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ସମୟର ସମୟରେ ଅନେକ ରିଚାର୍ଜ ପ୍ଲାନ୍ ଆଣିଥାଏ । ଯେଉଁ ରିଚାର୍ଜ ପ୍ଲାନ୍ଗୁଡ଼ିକୁ ପ୍ରତ୍ୟେକ ବର୍ଗର ଉପଭୋକ୍ତା ସହଜରେ ବ୍ୟବହାର କରିପାରିବେ । ଏହି କ୍ରମରେ, ଜିଓ ନିଜ ଗ୍ରାହକମାନଙ୍କ ପାଇଁ ରିଚାର୍ଜ ପ୍ଲାନ୍ଗୁଡିକ ଅପଡେଟ୍ କରିଛି । କମ୍ ମୂଲ୍ୟରେ ଅଧିକ ଲାଭ ପାଇପାରିବେ ଗ୍ରାହକ । ଏଭଳି ଏକ ରିଚାର୍ଜ ପ୍ଲାନରେ ଗ୍ରାହକଙ୍କୁ ମୋଟ ୪୨ GB ଡାଟା ମାଗଣାରେ ମିଳିବ । ସବୁଠାରୁ ବଡ଼ କଥା ହେଉଛି, ଏହି ପ୍ଲାନରେ ଗ୍ରାହକଙ୍କୁ ଡାଟା ଓ ଅନ୍ଲିମିଟେଡ୍ କଲିଂ ସହ ଆହୁରି ଅଧିକ ଫାଇଦା ମିଳୁଛି । ଏଥିରେ ମାଗଣା ଏସଏମଏସ ଏବଂ ଜିଓ ସିନେମାର ମାଗଣା ସବସ୍କ୍ରିପସନ୍ ମଧ୍ୟ ମାଗଣାରେ ମିଳୁଛି ।
ଜିଓର ଏକ ରିଚାର୍ଜ ପ୍ଲାନ ହେଉଛି ୨୯୯ ଟଙ୍କିଆ ଯୋଜନା । ଜିଓର ଏହି ପ୍ଲାନରେ ଦିନକୁ ଦେଢ଼ ଜିବି ଡାଟା ସହ ଅନେକ ଲାଭ ମିଳୁଛି । ଏଥିରେ ଉପଭୋକ୍ତାଙ୍କୁ ୨୮ ଦିନର ଭାଲିଡିଟି ମିଳିଥାଏ । ଏହାର ଅର୍ଥ ଦେଢ଼ ଜିବି ଡାଟା ପାଇଁ ପ୍ରତିଦିନ ଗ୍ରାହକଙ୍କୁ ପାଖାପାଖି ୧୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ଯେଉଁଥିରେ ମାସସାରା ୪୨ GB ଡାଟା ବ୍ୟବହାର କରିପାରିବେ ଗ୍ରାହକ । ଜିଓର ଏହି ପ୍ଲାନ୍ରେ ହାଇ ସ୍ପିଡ୍ ୫G ଅନଲିମିଟେଡ୍ ଡାଟା ବ୍ୟବହାର କରି ପାରିବେ ଗ୍ରାହକ । ଅନଲିମିଟେଡ୍ କଲିଂ ସହ ଦିନକୁ ଏସଏମ୍ଏସ୍ ବି କରିପାରିବେ ଗ୍ରାହକ । ଏହାର ଅର୍ଥ ହେଉଛି ଜଣେ ବ୍ୟକ୍ତି ନେଟ୍ ଅନ୍ ନକରି ମଧ୍ୟ ସାଙ୍ଗମାନଙ୍କ ସହିତ ଚାଟିଂ କରିପାରିବେ । ଏହା ବ୍ୟତୀତ ଗ୍ରାହକମାନେ ଦୈନିକ ୧.୫ GB ହାଇସ୍ପିଡ୍ ଡାଟା ବ୍ୟବହାର କରିପାରିବେ । ଖାଲି ସେତେକି ନୁହେଁ ଏହି ପ୍ଲାନରେ ଉପଭୋକ୍ତା ମାଗଣାରେ ଜିଓ ସିନେମାରୁ ଆରମ୍ଭ କରି ଜିଓ ଟିଭି ଏବଂ ଜିଓ କ୍ଲାଉଡର ବ୍ୟବହାର ବି କରିପାରିବେ ।
ଜିଓ ସିନେମାର ବର୍ଷିକିଆ ପ୍ଲାନ୍ ପାଇଁ ୨୯୯ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ, ଏଥିରେ ଆପଣ ବିନା କୌଣସି ବାଧାରେ ପୂରା ବର୍ଷ ଜିଓ ସିନେମାର ମଜା ନେଇପାରିବେ । ସେହିପରି ଏହାର ମାସିକ ପ୍ଲାନ କେବଳ ୨୯ ଟଙ୍କାରେ ଆସିଥାଏ । ୨୯ ଟଙ୍କାର ମାସିକ ଖର୍ଚ୍ଚରେ ଜିଓ ସିନେମାର ପ୍ରିମିୟମ କଣ୍ଟେଣ୍ଟ ଦେଖିପାରିବେ । କିନ୍ତୁ ୨୯୯ ଟଙ୍କିଆ ପ୍ଲାନ୍ରେ ଜିଓ ସିନେମାର ମାଗଣା ଲାଭ ଉଠାଇ ପାରିବେ ଗ୍ରାହକ । ଜିଓରେ ଅନେକ ପ୍ରକାରର କଣ୍ଟେଣ୍ଟ୍ ଷ୍ଟ୍ରିମ କରିବାର ବି ସୁଯୋଗ ମିଳିଥାଏ । ଏଥିରେ ଲାଟେଷ୍ଟ ଫିଲ୍ମରୁ ଆରମ୍ଭ କରି ଟିଭି ସୋ', ରିଆଲିଟି ସୋ' ଏବଂ ବିନା ବିଜ୍ଞାପନରେ ଆଇପିଏଲ ଭଳି ଖେଳର ମଜା ଉଠାଇ ପାରିବେ ଲୋକେ ।