କନକ ବ୍ୟୁରୋ: ଯଦି ଆପଣ ଜିଓ ଗ୍ରାହକ ଏବଂ ଏକ ଶସ୍ତା ମାସିକିଆ ପ୍ଲାନ୍ ଖୋଜୁଛନ୍ତି, ତେବେ ଆପଣଙ୍କ ପାଇଁ ଭଲ ଖବର ନାହିଁ । ଜିଓ ନିଜର ବେଶ୍ ଲୋକପ୍ରିୟ ₹୨୪୯ ମୂଲ୍ୟର ପ୍ରିପେଡ୍ ପ୍ଲାନ୍‌କୁ ଚୁପଚାପ୍ ବନ୍ଦ କରିଦେଇଛି । ଯେଉଁ ଉପଭୋକ୍ତାମାନେ ଅତି କମ୍‌ରେ ୨୮ ଦିନର ବୈଧତା ସହିତ ଦୈନିକ ଡାଟା ଏବଂ ଅନ୍‌ଲିମିଟେଡ୍‌ କଲିଂ ଚାହୁଥିଲେ, ସେମାନଙ୍କ ମଧ୍ୟରେ ଏହି ପ୍ଲାନ୍ ଖୁବ  ଲୋକପ୍ରିୟ ଥିଲା ।

କାହିଁକି ଖାସ୍ ଥିଲା ୨୪୯ ଟଙ୍କିଆ ପ୍ଲାନ୍?

Advertisment

ଜିଓର ଏହି ପ୍ଲାନ୍ ବଜେଟରେ ଆସୁଥିବା ଗ୍ରାହକଙ୍କ ପାଇଁ ଏକ ଫୁଲ୍‌ ପ୍ୟାକେଜ୍ ଥିଲା । କାରଣ ଏହି ପ୍ଲାନ୍‌ରେ ଗ୍ରାହକଙ୍କୁ ୨୮ ଦିନର ବୈଧତା ମିଳୁଥିଲା । ତା ସହିତ ଏଥିରେ ଦୈନିକ ୧ GB ଡାଟା ପାଉଥିଲେ ଗ୍ରାହକ । ଖାଲି ସେତିକି ନୁହେଁ, ଏହି ପ୍ଲାନ୍‌ରେ ଯେକୌଣସି ନେଟୱାର୍କକୁ ଅନ୍‌ଲିମିଟେଡ୍‌ ଭଏସ୍ କଲିଂ ସୁବିଧା ମିଳୁଥିଲା । ଦୈନିକ ୧୦୦ SMS କରି ପାରୁଥିଲେ ଗ୍ରାହକ । ଗ୍ରାହକମାନେ ଅତିରିକ୍ତ ସୁବିଧା ଜିଓ ସିନେମା, ଜିଓ ଟିଭି ଏବଂ ଜିଓ କ୍ଲାଉଡ୍ ଭଳି ଜିଓ ଆପ୍ସର ମାଗଣା ସବସ୍କ୍ରିପସନ୍ ପାଉଥିଲେ । କମ୍ ମୂଲ୍ୟରେ ଡାଟା, କଲିଂ ଏବଂ ପୂରା ମାସର ବୈଧତା ଏହି ପ୍ଲାନ ଗ୍ରାହକଙ୍କ ଖାସ୍ ଥିଲା । 

କାହିଁକି ବନ୍ଦ କଲା ଏହି ପ୍ଲାନ୍? 

ଜିଓ ଏହି ପ୍ଲାନ୍ ବନ୍ଦ କରିବାର କୌଣସି ଅଫିସିଆଲ କାରଣ କହିନାହିଁ, କିନ୍ତୁ ଅନୁମାନ କରାଯାଉଛି ଯେ କମ୍ପାନୀ ନିଜର ଲାଭ ବୃଦ୍ଧି କରିବା ପାଇଁ ଏହି ପଦକ୍ଷେପ ନେଇଛି । ଏହି ପ୍ଲାନ୍ ହଟିଯିବା ପରେ ଏବେ ଗ୍ରାହକମାନଙ୍କୁ ଅନ୍ୟ ବିକଳ୍ପ ବାଛିବାକୁ ପଡ଼ିବ, ଯାହାକି ଅଧିକ ମହଙ୍ଗା କିମ୍ବା କମ୍ ବୈଧତା ସହିତ ଆସୁଛି ।

ଏବେ ଆପଣଙ୍କ ପାଖରେ କ'ଣ ରହିଛି ବିକଳ୍ପ ?

ଯଦି ଆପଣ ଏବେବି ଏକ ବଜେଟ୍-ଫ୍ରେଣ୍ଡଲି ପ୍ଲାନ୍ ଖୋଜୁଛନ୍ତି, ତେବେ ଜିଓର ୨୩୯ ଟଙ୍କିଆ ପ୍ଲାନ୍ ଏକ ବିକଳ୍ପ ହୋଇପାରେ। ତେବେ, ଏଥିରେ କିଛି ବଡ଼ ପରିବର୍ତ୍ତନ କରିଛି ଜିଓ । ଏଥିରେ ଆପଣଙ୍କୁ ଦୈନିକ ୧.୫ GB ଡାଟା ମିଳିବ । ଅନ୍‌ଲିମିଟେଡ୍‌ କଲିଂ  ଏବଂ ଦୈନିକ ୧୦୦ SMSର ସୁବିଧା ବି ଦିଆଯାଇଛି । କିନ୍ତୁ, ଏହାର ବୈଧତା ମାତ୍ର ୨୨ ଦିନ, ଯାହା ୨୮ ଦିନର ପ୍ଲାନ୍ ବ୍ୟବହାର କରୁଥିବା ଗ୍ରାହକଙ୍କ ପାଇଁ ଏକ ସମସ୍ୟା ସୃଷ୍ଟି କରିପାରେ । ଏଣୁ ଏଭଳି ଗ୍ରାହକଙ୍କୁ ମାସ ଶେଷ ହେବା ପୂର୍ବରୁ ପୁଣି ଥରେ ରିଚାର୍ଜ କରିବାକୁ ପଡ଼ିବ ।