କନକ ବ୍ୟୁରୋ: ଆପଣଙ୍କ ପାଇଁ ଖୁସି ଖବର । କାହିଁକି ନା ଖୁବ୍ ଶୀଘ୍ର ବଜାର ପ୍ରବେଶ କରିବାକୁ ଯାଉଛି ଜିଓ ଇଲେକ୍ଟ୍ରିକ୍ ସାଇକେଲ୍ । ଏହାର ଦାମ୍ ପାଖାପାଖି ୨ ଲକ୍ଷ ହେଲେ ବି ଏହାକୁ ୫୯୯ ଟଙ୍କା ଡାଉନ ପେମେଣ୍ଟ କରି କିଣିପାରିବେ । ଆଉ ସବୁଠାରୁ ଖାସ୍ କଥା ହେଉଛି ଏହାକୁ ଥରେ ଚାର୍ଜ କଲେ ଏହା ୨୦୦ କିଲୋମିଟର ଯାଏଁ ଗଡ଼ିବ ।
ଏଥିରେ ଏକ ବଡ଼ ଚାର୍ଜେବୁଲ ବ୍ୟାଟେରି ରହିଛି । ଏହାକୁ ଚାର୍ଜ କରିବାକୁ ପାଖାପାଖି ୫ ଘଣ୍ଟା ସମୟ ଲାଗିବ । ଆଉ ଥରେ ଚାର୍ଜ ହେଲେ ୧୮୦ରୁ ୨୦୦ କିଲୋମିଟର ବାଟ ଅତିକ୍ରମ କରିବ । ଘଣ୍ଟାକୁ ପାଖାପାଖି ୨୫ କିଲୋମିଟର ଗଡ଼ିବ ଏହି ଇଲେକ୍ଟ୍ରିକ୍ ସାଇକେଲ । ଏଥିରେ ରହିଛି ୨୫୦ ୱାଟର ବିଏଲଡିସି ଇଲେକ୍ଟ୍ରିକ ବ୍ୟାଟେରି । ଏହା ସହ ରହିଛି ଏଇଡି ହେଡଲାଇଟ୍, ଆଣ୍ଟି ସ ସ୍କିଡ୍ ପ୍ୟାଡେଲ ସହ ଲୋ ବ୍ୟାଟେରି ଇଣ୍ଡିକେଟର , ରିଭୁଭେବୁଲ ବ୍ୟାଟେରି ପରି ଫିଚର୍ସ । ଏହା ଚଳିତ ବର୍ଷ ନଭେମ୍ବର ସୁଦ୍ଧା ମାର୍କେଟକୁ ଆସିବ ବୋଲି ସୂଚନା ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/07/24/111-2025-07-24-18-20-05.webp)