କନକ ବ୍ୟୁରୋ: ନିଜ ଗ୍ରାହକମାନଙ୍କୁ ଆକର୍ଷିତ କରିବା ପାଇଁ ସମୟ-ସମୟରେ ନୂଆ ଏବଂ ଶସ୍ତା ପ୍ଲାନ ଆଣିଥାଏ ଜିଓ । ଏହି କ୍ରମରେ ଆଉ ଏକ ସ୍ୱତନ୍ତ୍ର ରିଚାର୍ଜ୍ ପ୍ଲାନ ଲଞ୍ଚ୍‌ କରିଛି କମ୍ପାନି । ଏହି ରିଚାର୍ଜ ପ୍ଲାନ୍‌ର ଦାମ୍‌ ୧୦୦ ଟଙ୍କାରୁ ବି କମ୍‌ ରହିଛି । ମାତ୍ର ୭୭ ଟଙ୍କା ରିଚାର୍ଜ କଲେ ଏଥିରେ ଗ୍ରାହକଙ୍କୁ ମିଳିବ ହାଇସ୍ପିଡ୍‌ ଡାଟା । ଯେଉଁମାନେ କମ୍ ଟଙ୍କାରେ ଇଣ୍ଟରନେଟ୍, ଏବଂ ଭାଲିଡିଟି ଖୋଜୁଛନ୍ତି, ଏହି ପ୍ଲାନ ସେହି ୟୁଜର୍ସମାନଙ୍କ ପାଇଁ ଖୁବ ଲାଭଦାୟକ ସାବ୍ୟସ୍ତ ହୋଇପାରେ । ଜିଓର ଏହି ପ୍ଲାନ୍‌ ବିଷୟରେ ନିମ୍ନରେ ସୂଚନା ଦିଆଯାଇଛି । ଜାଣନ୍ତୁ ଏହି ପ୍ଲାନ୍ ବାସ୍ତବରେ କେତେ ଲାଭ ଦାୟକ ହୋଇପାରେ ।

Advertisment

ଅନେକ ଲୋକ ଅନେକ ସମୟରେ ଭାବନ୍ତି ଯେ ଜିଓର ୭୭ ଟଙ୍କିଆ କୌଣସି ପ୍ଲାନ ଅଛି, କିନ୍ତୁ ଏହା ସତ ନୁହେଁ । ଏହା ଜିଓର ୭୭ ଟଙ୍କାର ଏକ ଡାଟା ପ୍ୟାକ୍ ବା ଡାଟା ଭାଉଚର । ଏହା ଏକ ମୁଖ୍ୟ ରିଚାର୍ଜ ପ୍ଲାନ ନୁହେଁ ଯେଉଁଥିରେ କଲିଂ ଏବଂ SMS ଭଳି ସୁବିଧା ମିଳିବ । ଜିଓ ନିକଟରେ ହିଁ ୭୭ ଟଙ୍କାର ଏକ ଡାଟା ଭାଉଚର ଲଞ୍ଚ୍‌ କରିଛି, ଯାହାର ଭାଲିଡିଟି ୫ ଦିନ ରହିବ । ଏଥିରେ ୟୁଜର୍ସଙ୍କୁ ପୂରା ହାଇସ୍ପିଡ୍‌ ୩GB ଡାଟା ମିଳେ । ଏହା ସହିତ ଏଥିରେ SonyLIVର ୩୦ ଦିନିଆ ସବସ୍କ୍ରିପ୍‌ସନ୍ ମଧ୍ୟ ମିଳିଥାଏ । ଯଦି ଆପଣ କ୍ରିକେଟ୍ କିମ୍ବା ଅନ୍ୟ ଲାଇଭ୍ କଣ୍ଟେଣ୍ଟ୍‌ ଦେଖିବାକୁ ପସନ୍ଦ କରୁଥିବା ୟୁଜର୍ସଙ୍କ ପାଇଁ ହିଁ ଏହି ପ୍ଲାନ୍ ହିଁ ଆଣିଛି ଜିଓ ।

ଏହାଛଡ଼ା ଜିଓର ଏକ ୧୦୦ ଟଙ୍କି ପ୍ଲାନ୍‌ ବି ରହିଛି । ଯେଉଁଥିରେ ୩୦ ଦିନର ଭାଲିଡିଟି ସହ  ୫ଜିବି ହାଇସ୍ପିଡ୍‌ ଡାଟା ମିଳୁଛି । ଏଥିରେ ଗ୍ରାହକଙ୍କୁ କୌଣସି କଲିଂ ସୁବିଧା ମିଳିବ ନାହିଁ ।  ତେବେ ଜିଓର ୭୭ ଟଙ୍କାର କୌଣସି ମୁଖ୍ୟ ପ୍ଲାନ ନାହିଁ, ଯେଉଁଥିରେ ଗ୍ରାହକଙ୍କୁ ଅନ୍‌ଲିମିଟେଡ୍‌ କଲିଂ, ପ୍ରତିଦିନ ଡାଟା ଏବଂ SMSର ସୁବିଧା ମିଳିବ । ଜିଓର ଏହି ପ୍ଲାନ୍‌ କେବଳ ଏକ ଡାଟା ପ୍ୟାକ୍ । ଯଦି କୌଣସି ୟୁଜର କମ୍ ଟଙ୍କାରେ ଅନଲିମିଟେଡ୍‌ କଲିଂ ଏବଂ ହାଇସ୍ପିଡ୍‌ ଡାଟା ଥିବା ପ୍ଲାନ ଖୋଜୁଛନ୍ତି, ତେବେ ଜିଓର ପୋର୍ଟଫୋଲିଓରେ ୧୦୦ ଟଙ୍କାରୁ ଅଧିକ ଖର୍ଚ୍ଚ କରି ରିଚାର୍ଜ କରିପାରିବେ । ଯେଉଁଥିରେ ୟୁଜର୍ସମାନଙ୍କୁ ସମସ୍ତ ପ୍ରକାର ସୁବିଧା ମିଳିଯିବ ।