କନକ ବ୍ୟୁରୋ: ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ଅନେକ ପ୍ରକାର ପ୍ଲାନ୍‌ ଲଞ୍ଚ୍‌ କରିଥାଏ ଜିଓ । ଏହି କ୍ରମରେ ଲୋକଙ୍କୁ ଖୁସି କରିବାକୁ ଏକ ନୂଆ ପ୍ଲାନ୍‌ ଲଞ୍ଚ୍‌ କରିବାକୁ ଯାଉଛି ଜିଓ । ଏହି ପ୍ଲାନ୍‌ର ନାଁ ହେଉଛି ଜିଓହୋମ୍‌ । ଜିଓର ନବମ ବର୍ଷ ପୂର୍ତ୍ତି ଅବସରରେ ଦୁଇ ମାସ ପାଇଁ ଜିଓ ହୋମ୍‌ ଟ୍ରାଏଲ ଘୋଷଣା କରିଛି । ଏହି କ୍ରମରେ ଯଦି କୌଣସି ବ୍ୟକ୍ତିବ୍ରଡବ୍ୟାଣ୍ଡ୍‌ କନେକ୍ସନ୍‌ ନେବାକୁ ଚାହୁଛନ୍ତି, ତାହେଲେ ଏହା ଏକ ବଡ଼ ସୁଯୋଗ ହୋଇପାରେ । କାରଣ ଜିଓହୋମ୍‌ ମାଧ୍ୟମରେ ପୂରା ଦୁଇ ମାସ ପାଇଁ ମାଗଣା ଇଣ୍ଟରନେଟ୍‌ ଦେଉଛି ଜିଓ କମ୍ପାନି । ବିନା କୌଣସି ବାଧାରେ ଅନ୍‌ଲାଇନ୍‌ ଷ୍ଟ୍ରିମିଂ କରିବା ସହ ଇଣ୍ଟରନେଟ୍‌ ବ୍ୟବହାର କରିପାରିବେ ଲୋକେ । ଜିଓହୋମ୍‌ରେ ଆଉ କେଉଁ କେଉଁ ସୁବିଧା ମିଳିବ ତାହା ନିମ୍ନରେ ଆଲୋଚନା ହୋଇଛି । 

Advertisment

ବର୍ତ୍ତମାନ ସମୟରେ ଅଧିକାଂଶ ଲୋକଙ୍କ ଘରେ ୱାଇ-ଫାଇର ଆବଶ୍ୟକତା ରହିଛି । ଏହାଦ୍ୱାରା ଘରୁ ଅଫିସ୍ କାମ କରିବା ଏବଂ ଅନ୍‌ଲାଇନ୍‌ରେ ପାଠପଢ଼ା ସୁବିଧା ମିଳିଥାଏ । ଏହା ବ୍ୟତୀତ, ଅନ୍‌ଲାଇନ୍‌ ଷ୍ଟ୍ରିମିଂ ପାଇଁ ମଧ୍ୟ ଅଧିକ ଇଣ୍ଟରନେଟ୍ ଆବଶ୍ୟକ । ଯଦି ଆପଣ ମଧ୍ୟ ଆପଣଙ୍କ ଘରେ ୱାଇ-ଫାଇ କିମ୍ବା ବ୍ରଡ୍‌ବ୍ୟାଣ୍ଡ୍ କନେକ୍ସନ୍‌ ନେବାକୁ ଚାହୁଛନ୍ତି, ତେବେ ଜିଓହୋମ୍‌ ଏକ ଭଲ ସୁଯୋଗ ହୋଇପାରେ । ଜିଓ ନିଜର ୟୁଜର୍ସମାନଙ୍କୁ ଦୁଇ ମାସ ପାଇଁ ନିଜର ବ୍ରଡବ୍ୟାଣ୍ଡ୍ ସେବାର ମାଗଣା ଟ୍ରାଏଲ୍ ପ୍ରଦାନ କରୁଛି । କମ୍ପାନି ତାହାର ନବମ ବର୍ଷ ପୂର୍ତ୍ତି ଅବସରରେ ଏହି ଘୋଷଣା କରିଛି ।  

ତେବେ ଜିଓହୋମ୍‌ର ଏହି ଅଫର କେବଳ ଜିଓର ପୋଷ୍ଟପେଡ୍ ଉପଭୋକ୍ତାଙ୍କ ପାଇଁ ଉଦ୍ଦିଷ୍ଟ । ଏହଛଡ଼ା ଯେଉଁମାନେ ମାସିକ ପ୍ଲାନ୍ ୩୪୯ ଟଙ୍କା କିମ୍ବା ତା’ଠାରୁ ଅଧିକ ରିଚାର୍ଜ ପ୍ୟାକ୍‌ ବ୍ୟବହାର କରୁଛନ୍ତି  ସେମାନେ ମଧ୍ୟ ଏହି ସୁବିଧା ପାଇପାରିବେ ।  ଯଦି କୌଣସି ଜିଓ ୟୁଜର୍ସ ବ୍ରଡବ୍ୟାଣ୍ଡ୍ ସେବାର ମାଗଣା ଲାଭ ପାଇବାକୁ ଚାହୁଛନ୍ତି, ତେବେ ସେମାନଙ୍କୁ ଜିଓର ଅଫିସିଆଲ୍‌ ୱେବସାଇଟ୍‌ ଭିଜିଟ୍‌ କରିବାକୁ ହେବ । 

ପ୍ରଥମେ ୱେବସାଇଟ୍‌ର ହୋମ୍ ପେଜ୍‌ରେ ଆପଣଙ୍କୁ ଜିଓ ହୋମ୍ ମାଗଣା ଟ୍ରାଏଲ୍‌ର ଅପ୍‌ସନ୍‌  ମିଳିବ, ଏହା ଉପରେ କ୍ଲିକ୍ କରନ୍ତୁ । ଏହା ବ୍ୟତୀତ, ଆପଣ ହୋମ୍ ସେକ୍ସନ୍‌କୁ ଯାଇ Get Jio Home ବିକଳ୍ପରେ କ୍ଲିକ୍‌ କରିପାରିବେ । ଏବେ ଏଠାରେ ଆପଣଙ୍କୁ କିଛି ତଥ୍ୟ ଦାଖଲ କରିବାକୁ ପଡିବ । ଯେଉଁ ଅଞ୍ଚଳରେ ବ୍ରଡ୍‌ବ୍ୟାଣ୍ଡ୍‌ ଚାହୁଛନ୍ତି ସେହି ଅଞ୍ଚଳର ପିନ୍ କୋଡ୍ ଦିଅନ୍ତୁ । ପେଜ୍‌ରେ ନିଜର ଠିକଣା ଭରିବାକୁ ପଡ଼ିବ । ଏହାପରେ ଯୋଗାଯୋଗ ବିବରଣୀ ଦେବାକୁ ପଡ଼ିବ । ଏହାପରେ ଆପଣ ହୋମ୍‌ର ମାଗଣା ଟ୍ରାଏଲ୍ ପାଇଁ ଆବେଦନ କରିପାରିବେ ।