ଓଡ଼ିଶା ଫେରିଲା 'ଜିନ୍ନତ' : ମଧ୍ୟରାତ୍ରିରେ ଶିମିଳିପାଳରେ ପହଞ୍ଚିଥିବା ସୂଚନା ଦେଲେ ବନବିଭାଗ

Advertisment

ଓଡ଼ିଶା ଫେରିଲା ବାଘୁଣୀ ଜିନ୍ନତ। ପଶ୍ଚିମବଙ୍ଗ ଆଲିପୁର ଚିଡିଆଖାନାରୁ ଜିନ୍ନତକୁ ଶିମିଳିପାଳ ଅଣାଯାଇଛି। ଆଲିପୁର ଚିଡ଼ିଆଖାନାର ସ୍ବତନ୍ତ୍ର ଗାଡ଼ି ଯୋଗେ ଜିନ୍ନତକୁ ଆଣିଛି ବନ ବିଭାଗ ଟିମ୍‌  । 

ଓଡ଼ିଶା ଫେରିଲା ବାଘୁଣୀ ଜିନ୍ନତ। ପଶ୍ଚିମବଙ୍ଗ ଆଲିପୁର ଚିଡିଆଖାନାରୁ ଜିନ୍ନତକୁ ଶିମିଳିପାଳ ଅଣାଯାଇଛି। ଆଲିପୁର ଚିଡ଼ିଆଖାନାର ସ୍ବତନ୍ତ୍ର ଗାଡ଼ି ଯୋଗେ ଜିନ୍ନତକୁ ଆଣିଛି ବନ ବିଭାଗ ଟିମ୍‌  । 

jinat 5

jinat 5 Photograph: (jinat 5)

କନକବ୍ୟୁରୋ :  ଓଡ଼ିଶା ଫେରିଲା ବାଘୁଣୀ ଜିନ୍ନତ। ପଶ୍ଚିମବଙ୍ଗ ଆଲିପୁର ଚିଡିଆଖାନାରୁ ଜିନ୍ନତକୁ ଶିମିଳିପାଳ ଅଣାଯାଇଛି। ଆଲିପୁର ଚିଡ଼ିଆଖାନାର ସ୍ବତନ୍ତ୍ର ଗାଡ଼ି ଯୋଗେ ଜିନ୍ନତକୁ ଆଣିଛି ବନ ବିଭାଗ ଟିମ୍‌  ।  ରାତି ୧.୪୫ ମିନିଟରେ ମୟୂରଭଞ୍ଜ ଝାରପୋଖରିଆ ଥାନା ଟୋଲଗେଟ୍‌ ଅତିକ୍ରମ କରିଛି ଗାଡ଼ି । ଝାରପୋଖରିଆ ଥାନା ଓ ବାଙ୍ଗିରିପୋଷି ପୋଲିସ ଗାଡ଼ିକୁ ଏସକଟ କରିବା ସହ ଯଶିପୁରକୁ ନେଇଛନ୍ତି 

 ଜିନ୍ନତକୁ ଟ୍ରାଙ୍କୁଲାଇଜ ପରେ ଦୀର୍ଘ ୨ ଦିନ ହେବ ଆଲିପୁର ଚିଡିଆଖାନାରେ ରଖାଯାଇଥିଲା । ସେଠାରେ ୧୨ ଜଣିଆ ଡାକ୍ତରୀ ଟିମ୍ ଜିନ୍ନତର ସ୍ବାସ୍ଥ୍ୟ ପରୀକ୍ଷା କରୁଥିଲେ। ବନବିଭାଗର ଟିମ୍ ଜିନ୍ନତ ଉପରେ ନଜର ରଖିଥିଲେ  । 

 ଶିମିଳିପାଳରେ ପହଞ୍ଚିବା ପରେ ଦକ୍ଷିଣ ଡିଭିଜନର ସଫ୍ଟ ଏନକ୍ଲୋଜରରେ ତାକୁ ଛଡ଼ାଯିବ ।  ଯମୁନା ରହୁଥିବା ଏନକ୍ଲୋଜର ପାଲଟିବ ଜିନ୍ନତର ଅସ୍ଥାୟୀ ଠିକଣା। ସେଠାରେ କିଛି ଦିନ ଜିନ୍ନତକୁ ରଖିବା ପରେ ତାକୁ ଜଙ୍ଗଲରେ ଛଡାଯିବା ନେଇ ନିଷ୍ପତ୍ତି ନେଇଛି ବନ ବିଭାଗ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe