କନକବ୍ୟୁରୋ : ଓଡ଼ିଶା ଫେରିଲା ବାଘୁଣୀ ଜିନ୍ନତ। ପଶ୍ଚିମବଙ୍ଗ ଆଲିପୁର ଚିଡିଆଖାନାରୁ ଜିନ୍ନତକୁ ଶିମିଳିପାଳ ଅଣାଯାଇଛି। ଆଲିପୁର ଚିଡ଼ିଆଖାନାର ସ୍ବତନ୍ତ୍ର ଗାଡ଼ି ଯୋଗେ ଜିନ୍ନତକୁ ଆଣିଛି ବନ ବିଭାଗ ଟିମ୍ । ରାତି ୧.୪୫ ମିନିଟରେ ମୟୂରଭଞ୍ଜ ଝାରପୋଖରିଆ ଥାନା ଟୋଲଗେଟ୍ ଅତିକ୍ରମ କରିଛି ଗାଡ଼ି । ଝାରପୋଖରିଆ ଥାନା ଓ ବାଙ୍ଗିରିପୋଷି ପୋଲିସ ଗାଡ଼ିକୁ ଏସକଟ କରିବା ସହ ଯଶିପୁରକୁ ନେଇଛନ୍ତି
ଜିନ୍ନତକୁ ଟ୍ରାଙ୍କୁଲାଇଜ ପରେ ଦୀର୍ଘ ୨ ଦିନ ହେବ ଆଲିପୁର ଚିଡିଆଖାନାରେ ରଖାଯାଇଥିଲା । ସେଠାରେ ୧୨ ଜଣିଆ ଡାକ୍ତରୀ ଟିମ୍ ଜିନ୍ନତର ସ୍ବାସ୍ଥ୍ୟ ପରୀକ୍ଷା କରୁଥିଲେ। ବନବିଭାଗର ଟିମ୍ ଜିନ୍ନତ ଉପରେ ନଜର ରଖିଥିଲେ ।
ଶିମିଳିପାଳରେ ପହଞ୍ଚିବା ପରେ ଦକ୍ଷିଣ ଡିଭିଜନର ସଫ୍ଟ ଏନକ୍ଲୋଜରରେ ତାକୁ ଛଡ଼ାଯିବ । ଯମୁନା ରହୁଥିବା ଏନକ୍ଲୋଜର ପାଲଟିବ ଜିନ୍ନତର ଅସ୍ଥାୟୀ ଠିକଣା। ସେଠାରେ କିଛି ଦିନ ଜିନ୍ନତକୁ ରଖିବା ପରେ ତାକୁ ଜଙ୍ଗଲରେ ଛଡାଯିବା ନେଇ ନିଷ୍ପତ୍ତି ନେଇଛି ବନ ବିଭାଗ ।