କନକ ବ୍ୟୁରୋ : ଝାଡ଼ଖଣ୍ଡ ଜଙ୍ଗଲରେ ବାଘୁଣୀ ଜିନ୍ନତ । ଶିମଳିପାଳର କୋର ଅଞ୍ଚଳରେ ଛଡାଯାଇଥିବା ବାଘୁଣୀ ଜିନ୍ନତ ଏବେ ଝାଡ଼ଖଣ୍ଡରେ ପହଞ୍ଚିଛି । ବାଘୁଣୀ ଜିନ୍ନତ ଉପରେ ନଜର ରଖିଛି ବନ ବିଭାଗ । ଏନେଇ ସୂଚନା ଦେଇଛନ୍ତି ପିସିସିଏଫ୍ ପ୍ରେମ ଝାଙ୍କ ।
ଶିମିଳିପାଳରୁ ଯାଇ ଝାଡ଼ଖଣ୍ଡରେ ବୁଲୁଛି ବାଘୁଣୀ । ଏନେଇ ଶିମିଳିପାଳ ଆରସିସିଏଫ୍ ସୂଚନା ଦେଇଛନ୍ତି । ଝାଡ଼ଖଣ୍ଡରେ ସ୍ବତନ୍ତ୍ର ଟିମ୍ ଜିନ୍ନତ ଉପରେ ନଜର ରଖିଛି । ୧୫ ନଭେମ୍ବରରେ ଜିନ୍ନତକୁ କୋର୍ ଏରିଆକୁ ଛଡ଼ାଯାଇଥିଲା । ମହାରାଷ୍ଟ୍ର ତଡ଼ବାରୁ ବାଘୁଣୀ ଜିନ୍ନତକୁ ଶିମିଳିପାଳ ଅଣାଯାଇଥିଲା। ଏବେ ଜିନ୍ନତକୁ ଟ୍ରାଙ୍କୁଲାଇଜ କରି ପୁଣିଥରେ ଶିମିଳିପାଳ ଆଣିବାକୁ ଯୋଜନା ରଖାଯାଇଛି ।