ଜିନ୍ଦଲ ଷ୍ଟିଲ୍ ଆଣ୍ଡ୍ ପାୱାରର ମିଶନ ଜିରୋ ହଙ୍ଗର ଆଣ୍ଡ୍ ଆଜୀବିକା କାର୍ଯ୍ୟକ୍ରମ ସିଏସଆର ଟାଇମ୍ସ ପୁରସ୍କାରରେ ସମ୍ମାନିତ ।

Advertisment

ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ୍ ଏଣ୍ଡ ପାୱାର (ଜେଏସପି) ନିଜର ଉଲ୍ଲେଖନୀୟ କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ ପଦକ୍ଷେପ ପାଇଁ ଦୁଇଟି ପୃଥକ ବର୍ଗରେ ସିଏସଆର ଟାଇମ୍ସ ପୁରସ୍କାର ଜିତି ପୁଣି ଥରେ ସମ୍ମାନୀତ ହୋଇଛି ।

Updated On

ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ୍ ଏଣ୍ଡ ପାୱାର (ଜେଏସପି) ନିଜର ଉଲ୍ଲେଖନୀୟ କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ ପଦକ୍ଷେପ ପାଇଁ ଦୁଇଟି ପୃଥକ ବର୍ଗରେ ସିଏସଆର ଟାଇମ୍ସ ପୁରସ୍କାର ଜିତି ପୁଣି ଥରେ ସମ୍ମାନୀତ ହୋଇଛି ।

ଅଦ୍ୟତନ ହୋଇଛି
666



କନକ ବ୍ୟୁରୋ: ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ୍ ଏଣ୍ଡ ପାୱାର (ଜେଏସପି) ନିଜର ଉଲ୍ଲେଖନୀୟ କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ ପଦକ୍ଷେପ ପାଇଁ ଦୁଇଟି ପୃଥକ ବର୍ଗରେ ସିଏସଆର ଟାଇମ୍ସ ପୁରସ୍କାର ଜିତି ପୁଣି ଥରେ ସମ୍ମାନୀତ ହୋଇଛି । ଗୋଆର ପଞ୍ଜିମଠାରେ ଗତକାଲି  ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗୋଆର ମାନ୍ୟବର ମୁଖ୍ୟମନ୍ତ୍ରୀ ଡ. ପ୍ରମୋଦ ସାୱନ୍ତ ଜେଏସପିର ସଭାପତି ତଥା ଗୃପ ହେଡ୍ (ସିଏସଆର୍) ପ୍ରଶାନ୍ତ ହୋତାଙ୍କୁ ଏହି ପୁରସ୍କାର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଗୋଆ ସିଏସଆର ଅଥରିଟିର ପ୍ରମୁଖ ପରାମର୍ଶଦାତା ଡ. ଗୁରୁରାଜ, ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ କର୍ପ ଆଫେୟାରର ପୂର୍ବତନ ମହାନିର୍ଦ୍ଦେଶକ ଡ. ଭାସ୍କର ଚାଟାର୍ଜୀ, ସିଏସ୍ଆର୍ ଟାଇମ୍ସର ସମ୍ପାଦକ ଏବଂ ବିଭିନ୍ନ କମ୍ପାନୀର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ବିଭିନ୍ନ ଜୀବିକା ପ୍ରୋତ୍ସାହନ କାର୍ଯ୍ୟକ୍ରମ ମାଧ୍ୟମରେ ଗ୍ରାମାଞ୍ଚଳରେ ଲୋକମାନଙ୍କର ସଶକ୍ତୀକରଣ ଏବଂ ସାମାଜିକ ଦୁର୍ବଳଲୋକଙ୍କ ମଧ୍ୟରେ କ୍ଷୁଧା ନିବାରଣ କ୍ଷେତ୍ରରେ ଜେଏସପିର ଅତୁଳନୀୟ ଅବଦାନ ନିମନ୍ତେ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଏହି ଇସ୍ପାତ ନିର୍ମାତା ଏହାର ସାମାଜିକ ସଂସ୍ଥା ଜେଏସପି ଫାଉଣ୍ଡେସନ ମାଧ୍ୟମରେ ବିଭିନ୍ନ ସମନ୍ୱିତ ସାମାଜିକ ବିକାଶ କାର୍ଯ୍ୟକ୍ରମ ପରିଚାଳନା କରୁଛି, ଯାହା ସାମାଜିକ ଦାୟିତ୍ୱ ଏବଂ ନିରନ୍ତର ବିକାଶ ପ୍ରତି ଏହାର ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ ।

ଏହି ସଫଳତା ସମ୍ପର୍କରେ ଜେଏସପି ଫାଉଣ୍ଡେସନର ଅଧ୍ୟକ୍ଷା ତଥା ପୂର୍ବରୁ ସିଏସଆର ଟାଇମ୍ସ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ପୁରସ୍କାର ପ୍ରାପ୍ତ ଶାଲୁ ଜିନ୍ଦଲ କହିଛନ୍ତି ଯେ,  “ଦୁଇଟି ବର୍ଗରେ ସିଏସଆର ଟାଇମ୍ସ ପୁରସ୍କାର ପାଇବା ଆମ ପାଇଁ ଗୌରବର କଥା । ଜୀବିକା ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକମାନଙ୍କୁ ସଶକ୍ତ କରିବା ପାଇଁ ଆମର ନିରନ୍ତର ପ୍ରୟାସକୁ ଏହି ପୁରସ୍କାର ପ୍ରତିଫଳିତ କରୁଛି  । ଜେଏସପିରେ, ଆମେ ବିଶ୍ୱାସ କରୁ ଯେ ଜୀବିକା ଉପାର୍ଜନ ଏକ ମୌଳିକ ଅଧିକାର, ଏବଂ ସମାଜରେ ଜୀବିକା ଅସମାନତାକୁ ଦୂର କରିବା ପାଇଁ ଆମେ କାର୍ଯ୍ୟ କରୁଛୁ ।“

ଜନ ଜୀବିକା କେନ୍ଦ୍ର, ଧୋକ୍ରା କଳା, ଟେରାକୋଟା, ଏସଏଚଜି ମାଧ୍ୟମରେ ମହିଳା ସଶକ୍ତୀକରଣ ଭଳି ବିଭିନ୍ନ ଜୀବିକା ପ୍ରୋତ୍ସାହନ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକମାନଙ୍କ ଆର୍ଥିକ ଏବଂ ସାମାଜିକ ଉନ୍ନତି ଆଣିବା ପାଇଁ ଜେଏସପି ଉତ୍ସର୍ଗୀକୃତ ଭାବରେ କାର୍ଯ୍ୟ କରୁଛି । କୁରୁକ୍ଷେତ୍ର ଲୋକସଭାରୁ ତୃତୀୟ ଥର ସାଂସଦ ହୋଇଥିବା ନବୀନ ଜିନ୍ଦଲଙ୍କ କ୍ଷୁଧା ମୁକ୍ତ ଭାରତର ଲକ୍ଷକୁ ହାସଲ କରିବା ପାଇଁ ଜେଏସପି ଫାଉଣ୍ଡେସନ ଏହାର ଅଧ୍ୟକ୍ଷ ଶାଲୁ ଜିନ୍ଦଲଙ୍କ ନେତୃତ୍ୱରେ ଦେଶର ଅବହେଳିତ ଏବଂ ଅସହାୟ ବର୍ଗଙ୍କ ପାଇଁ ମିଶନ ଜିରୋ ହଙ୍ଗର କାର୍ଯ୍ୟକାରୀ କରୁଛି ।

ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଜେଏସପିର ସିଏସଆର ଗୃପ ହେଡ୍ ହୋତା କମ୍ପାନୀର ସିଏସଆର କାର୍ଯ୍ୟକ୍ରମ ଗୁଡିକର କିପରି ‘ନିରନ୍ତର ବିକାଶ ଲକ୍ଷ୍ୟ’ ସହିତ ସମନ୍ୱୟ କରାଯାଇଛି ତାହା ଉପରେ ଆଲୋକପାତ କରିଥିଲେ ।  ନିରନ୍ତର ବିକାଶ ଲକ୍ଷ୍ୟ ପାଇଁ କାର୍ଯ୍ୟ ଏବଂ ମୂଲ୍ୟାଙ୍କନ ମେଟ୍ରିକ୍ସର ଉପରେ ମଧ୍ୟ ସେ ଆଲୋଚନା କରିଥିଲେ । କର୍ପୋରେଟ୍ ସାମାଜିକ ଦାୟିତ୍ୱ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜେଏସପି ବହୁ ଅନୁଷ୍ଠାନ ଦ୍ୱାରା ସମ୍ମାନୀତ ହୋଇ ଏକ ଅଗ୍ରଣୀ କମ୍ପାନୀ ଭାବରେ ପ୍ରତିଷ୍ଠିତ ହୋଇପାରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe