କନକ ବ୍ୟୁରୋ: ଆଜିଠୁ ଆରମ୍ଭ ହୋଇଛି ମୁମ୍ବାଇ-ଝାରସୁଗୁଡ଼ା ସେକ୍ଟରରେ ବିମାନ ସେବା। ଝାରସୁଗୁଡ଼ା ସହ ମାୟାନଗରୀ ମୁମ୍ବାଇ ସିଧାସଳଖ ଆକାଶ ପଥରେ ଯୋଡ଼ି ହୋଇଛି । ଆଜି ପୂର୍ବାହ୍ନ ୧୦ଟା ୫୫ରେ ମୁମ୍ବାଇରୁ ଇଣ୍ଡିଗୋ ବିମାନ ବାହାରି ଅପରାହ୍ନ ଗୋଟାଏରେ ଝାରସୁଗୁଡା ପହଞ୍ଚିଛି । ଝାରସୁଗୁଡ଼ାରୁ ପୁଣି ୨ଟାରୁ ବାହାରି ଅପରାହ୍ନ ୪ଟା ୧୫ରେ ମୁମ୍ବାଇ ପହଞ୍ଚିବ ବିମାନ ।
ଆଜି ପ୍ରଥମ ଦିନରେ ୯୦ ଜଣ ଯାତ୍ରୀ ଝାରସୁଗୁଡା ଆସିଥିବା ବେଳେ ୯୦ ଜଣ ଯାତ୍ରୀ ଝାରସୁଗୁଡାରୁ ମୁମ୍ବାଇ ଯାଇଛନ୍ତି । ସପ୍ତାହର ସବୁଦିନ ବିମାନ ଚଳାଚଳ କରିବ । ପ୍ରତିଦିନ ମୁମ୍ବାଇ ବିମାନବନ୍ଦରରୁ ପୂର୍ବାହ୍ନ ୧୦ଟା ୫୫ରେ ବିମାନ ଉଡ଼ାଣ ଭରି ଝାରସୁଗୁଡ଼ାରେ ଅପରାହ୍ନ ଗୋଟାଏରେ ପହଞ୍ଚିବ। ସେହିପରି ଝାରସୁଗୁଡ଼ାରୁ ଅପରାହ୍ନ ୨ଟାରେ ପ୍ରତ୍ୟାବର୍ତ୍ତନ କରି ଅପରାହ୍ନ ୪ଟା ୧୫ରେ ମୁମ୍ବାଇରେ ପହଞ୍ଚିବ । ଆଲାୟନ୍ସ ଏୟାର ପକ୍ଷରୁ ଭୁବନେଶ୍ୱର- ଝାରସୁଗୁଡ଼ା ମଧ୍ୟରେ ବିମାନ ସେବା ସପ୍ତାହକୁ ତିନି ଦିନ ଜାରି ରହିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/03/01/npFdP57xnQNbeTcuzcKQ.jpg)