ଝାରସୁଗୁଡ଼ା ମାଟି ଚାଲାଣର ହେବ ତଦନ୍ତ : ଉପଜିଲ୍ଲାପାଳଙ୍କୁ ଦିଆଯିବ ରିପୋର୍ଟ

କନକ ନ୍ୟୁଜ୍‌ ପ୍ରଭାବ । ଝାରସୁଗୁଡ଼ା ବେହେରାପାଲି ଠାରେ ବେଆଇନ ମାଟି ଚାଲାଣ ଘଟଣାରେ ପ୍ରଶାସନ ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି  ।

ଅଦ୍ୟତନ ହୋଇଛି
TADANTA

Photograph: (kanaknews)

କନକବ୍ୟୁରୋ : କନକ ନ୍ୟୁଜ୍‌ ପ୍ରଭାବ । ଝାରସୁଗୁଡ଼ା ବେହେରାପାଲି ଠାରେ ବେଆଇନ ମାଟି ଚାଲାଣ ଘଟଣାରେ ପ୍ରଶାସନ ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି  ।   ତହସିଲଦାରଙ୍କ ଅଧ୍ୟକ୍ଷତାରେ ଏକ ଟିମ୍ ବେହେରାପାଲି  ଗାଁରେ  ତଦନ୍ତ କରିବା ସହ ତିନି ଦିନ ଭିତରେ ଉପ ଜିଲ୍ଲାପାଳଙ୍କୁ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି  ।

ଗତକାଲି କନକ ନ୍ୟୁଜ୍‌ ଟିମ ପହଞ୍ଚି ଖବର ପ୍ରସାରଣ କରିଥିଲା  । ବେହେରାପାଲି  ଗାଁରେ ୧୦ରୁ ୨୦ଏକର ଜାଗାରେ ମାଟି ଉଠା ହୋଇଥିଲା  ।  ୨ଶହ ମିଟର ଓସାର ଓ ୫୦ମିଟର ଗଭୀର କରି ବିଭିନ୍ନ ସ୍ଥାନରେ ମାଟି ଖୋଳା ଯାଇଥିଲା  ।  ମାଟି ଉଠା ନେଇ ଚୋରା ଚାଲାଣ ହୋଇଥିବା ନେଇ କନକ ନ୍ୟୁଜ୍‌ରେ ଖବର ପ୍ରସାରଣ ହୋଇଥିଲା ।  ଏହାପରେ ଆଜି ଘଟଣାର ତଦନ୍ତ କରିବ ପ୍ରଶାସନ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe