କନକବ୍ୟୁରୋ : କନକ ନ୍ୟୁଜ୍‌ ପ୍ରଭାବ । ଝାରସୁଗୁଡ଼ା ବେହେରାପାଲି ଠାରେ ବେଆଇନ ମାଟି ଚାଲାଣ ଘଟଣାରେ ପ୍ରଶାସନ ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି  ।   ତହସିଲଦାରଙ୍କ ଅଧ୍ୟକ୍ଷତାରେ ଏକ ଟିମ୍ ବେହେରାପାଲି  ଗାଁରେ  ତଦନ୍ତ କରିବା ସହ ତିନି ଦିନ ଭିତରେ ଉପ ଜିଲ୍ଲାପାଳଙ୍କୁ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି  ।

Advertisment

ଗତକାଲି କନକ ନ୍ୟୁଜ୍‌ ଟିମ ପହଞ୍ଚି ଖବର ପ୍ରସାରଣ କରିଥିଲା  । ବେହେରାପାଲି  ଗାଁରେ ୧୦ରୁ ୨୦ଏକର ଜାଗାରେ ମାଟି ଉଠା ହୋଇଥିଲା  ।  ୨ଶହ ମିଟର ଓସାର ଓ ୫୦ମିଟର ଗଭୀର କରି ବିଭିନ୍ନ ସ୍ଥାନରେ ମାଟି ଖୋଳା ଯାଇଥିଲା  ।  ମାଟି ଉଠା ନେଇ ଚୋରା ଚାଲାଣ ହୋଇଥିବା ନେଇ କନକ ନ୍ୟୁଜ୍‌ରେ ଖବର ପ୍ରସାରଣ ହୋଇଥିଲା ।  ଏହାପରେ ଆଜି ଘଟଣାର ତଦନ୍ତ କରିବ ପ୍ରଶାସନ ।