୧୦୦ ଦିନରେ ଦୋଷୀକୁ ଜେଲ ଦଣ୍ଡ ; ଦୃଷ୍ଟିହୀନ ନାବାଳିକାକୁ ଦୁଷ୍କର୍ମ ମାମଲାରେ ଦଣ୍ଡ ଶୁଣାଇଲେ ଝାରସୁଗୁଡ଼ା POCSO କୋର୍ଟ

ଦୃଷ୍ଟିହୀନ ନାବାଳିକାକୁ ଦୁଷ୍କର୍ମ ମାମଲା । ୧୦୦ ଦିନ ଭିତରେ ଦୋଷୀକୁ ଆଜୀବନ ଜେଲଦଣ୍ଡ ଶୁଣାଇଲେ ଝାରସୁଗୁଡ଼ା ପକସୋ କୋର୍ଟ । ପୀଡ଼ିତାଙ୍କୁ ୧୦ ଲକ୍ଷ ୫୦ ହଜାର ଟଙ୍କା ସହାୟତା ନିର୍ଦ୍ଦେଶ । ଟିଭି ଶୁଣିବାକୁ ଯାଇଥିବା ନାବାଳିକାକୁ ଏକାପାଇ ଦୁଷ୍କର୍ମ କରିଥିଲା ସୈତାନ ।

j

କନକ ବ୍ୟୁରୋ: ଦୃଷ୍ଟିହୀନ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣା, ୧୦୦ଦିନ ଭିତରେ ମାମଲାର ଫଇସଲା କରି ଦୋଷୀକୁ ଆଜୀବନ ଜେଲ ଦଣ୍ଡାଦେଶ । ଦୃଷ୍ଟିହୀନ ନାବାଳିକାଙ୍କୁ ଯୌନ ନିର୍ଯାତନା ଭଳି ଏକ ସମ୍ବେଦନଶୀଳ ମାମଲାର ବିଚାର କରି ଝାରସୁଗୁଡ଼ା ଜିଲ୍ଲା ପୋକ୍ସୋ କୋର୍ଟର ଅତିରିକ୍ତ ବିଚାରପତି ଦୋଷୀ ଗିରିଧାରୀ ନାଏକକୁ ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି । ୨୭ ଜଣ ସାକ୍ଷୀଙ୍କ ବୟାନ ଓ ପ୍ରମାଣ ଆଧାରରେ ରାୟ ଶୁଣାଇଛନ୍ତି ଅତିରିକ୍ତ ବିଚାରପତି । ଏଥିସହ ପିଡିତାଙ୍କୁ ୧୦ଲକ୍ଷ ୫୦ହଜାର ଟଙ୍କା କ୍ଷତିପୁରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ମାତ୍ର ୧୦୦ଦିନ ଭିତରେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବାରେ ଝାରସୁଗୁଡା ପୁଲିସ ସଫଳ ହୋଇଛି । 

ମେ ୨ ତାରିଖରେ ରେଙ୍ଗାଲି ଥାନା ଅଞ୍ଚଳରେ ଘଟିଥିଲା ଏହି ଲୋମହର୍ଷଣକାରୀ ଦୁଷ୍କର୍ମ ଘଟଣା । ମା ଛେଉଣ୍ଡ ଜଣେ ଦୃଷ୍ଟିହୀନ ନାବାଳିକା ପଡିଶା ଘରେ ଟେଲିଭିଜନ ଶୁଣିବାକୁ ଯାଇଥିବା ବେଳେ ଦୁଷ୍କର୍ମ କରିଥିଲା ଗିରିଧାରୀ ନାଏକ । ଏନେଇ ଥାନାରେ ଏତଲା ପରେ ଗିରିଧାରୀକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୁଲିସ ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe