ଝାଡଖଣ୍ଡରେ ଲଜ୍ଜା ; ଛାତ୍ରୀଙ୍କୁ ବିନା ସାର୍ଟରେ କେବଳ ବ୍ଲେଜର ପିନ୍ଧି ଘରକୁ ଯିବାକୁ କହିଲେ ପ୍ରିନ୍ସିପାଲ

ଝାଡଖଣ୍ଡ ଧନବାଦରେ ଲଜାଜନକ ଘଟଣା।  ବିନା ସାର୍ଟ, କେବଳ ବ୍ଲେଜର ପିନ୍ଧି ୮୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଘରକୁ ଯିବା କହି ବିବାଦରେ ସ୍କୁଲ ଫ୍ରିନ୍ସପାଲ। ଥାନାର ଦ୍ବାରସ୍ଥ ହେଲେ ଅଭିଭାବକ। ପ୍ରିନ୍ସିପାଲଙ୍କ ନିଲମ୍ବନ କରିବାକୁ ବଢ଼ୁଛି ଦାବି।

scକଜ

କନକ ବ୍ୟୁରୋ: ଝାଡ଼ଖଣ୍ଡର ଧାନବାଦରେ ଅତ୍ୟନ୍ତ ଅଶୋଭନୀୟ ଓ ଲଜ୍ଜାଜନକ ଘଟଣା ଘଟିଛି ।  ଏକ ଘରୋଇ ସ୍କୁଲ୍‌  ପ୍ରିନ୍ସପାଲ   ଦଶମ ଶ୍ରେଣୀର ୮୦ ଜଣ ଛାତ୍ରୀଙ୍କୁ ବିନା ସାର୍ଟରେ ଘରକୁ ପଠାଇବା ଘଟଣା  ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି ।  

ଗୁରୁବାର ଦଶମ ପରୀକ୍ଷା ସରୁଥିବାରୁ ସେହିଦିନକୁ ଛାତ୍ରୀମାନେ 'ପେନ୍ ଡେ' ଭାବେ ସେଲିବ୍ରେସନ କରିଥିଲେ । ସମସ୍ତେ ନିଜ ନିଜ ସାଙ୍ଗକୁ ଶୁଭେଚ୍ଛା ଜଣାଇବାକୁ ଯାଇ ସେମାନଙ୍କ ସାର୍ଟରେ ଶୁଭେଚ୍ଛା ବାର୍ତ୍ତା ଲେଖିଥିଲେ । ପ୍ରାୟ ଶହେ ଛାତ୍ରୀ ଏହି ସେଲିବ୍ରେସନରେ ଭାଗ ନେଇଥିଲେ । ହେଲେ ଏଭଳି ସେଲିବ୍ରେସନ ସ୍କୁଲର ପ୍ରିନ୍ସିପାଲଙ୍କୁ ପସନ୍ଦ ଆସିନଥିଲା । ସେ ଏଥିରେ ରାଗିଯାଇ ଛାତ୍ରୀମାନଙ୍କୁ ଗାଳି ଦେଇଥିଲେ । ଏତିକି ନୁହେଁ, ସମସ୍ତଙ୍କୁ ନିଜ ନିଜ ଶାର୍ଟ ଖୋଲିବାକୁ ମଧ୍ୟ ବାଧ୍ୟ କରିଥିଲେ । ଦଶମ ଶ୍ରେଣୀ ଛାତ୍ରୀମାନଙ୍କୁ କେବଳ ବ୍ଲେଜର୍ସ ପିନ୍ଧି ଘରକୁ ଯିବାକୁ ମିଳିଥିଲା ଅନୁମତି । ଏଭଳି ଅବସ୍ଥାରେ ଘରକୁ ଛାତ୍ରୀମାନେ ଯାଇ ବାପା ମାଆଙ୍କ ନିକଟରେ କାନ୍ଦିଥିଲେ । ଜଣେ ଛାତ୍ରୀଙ୍କର ଭିଡିଓ ସୋଶାଲ ମିଡିଆରେ ମଧ୍ୟ ଖୁବ ଭାଇରାଲ ହେଉଛି । ଯେଉଁଥିରେ ସେଦିନ ତାଙ୍କ ସହ ହୋଇଥିବା ବ୍ୟବହାରକୁ କାନ୍ଦି କାନ୍ଦି ବଖାଣିଛନ୍ତି ଛାତ୍ରୀ ଜଣକ । 

ଏହି ଘଟଣା ପରେ ଅଭିଭାବକମାନେ ଡେପୁଟି କମିଶନରଙ୍କ ନିକଟକୁ ଯାଇ ଘରୋଇ ସ୍କୁଲର ପ୍ରିନ୍ସିପାଲଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଦାବି କରିଛନ୍ତି । ସ୍ଥାନୀୟ ବିଧାୟିକା ରାଗିଣୀ ସିଂହ ମଧ୍ୟ ଅଭିଭାବକମାନଙ୍କୁ ଭେଟି ଆଲୋଚନା କରିଛନ୍ତି । ଏହି ଘଟଣା ନେଇ ପୁଲିସରେ ଏତଲା ଦେଇଛନ୍ତି । ଧାନବାଦର ଦିଗବାଡିହରେ ଏହି ଘଟଣା ଘଟିଛି। ଗତକାଲି ଛାତ୍ରୀମା‌ନେ ସେମାନଙ୍କ ପରୀକ୍ଷା ସରିବାପରେ  ପରସ୍ପରର ପୋଷାକରେ ବିଦ‌ାୟୀ ବାର୍ତ୍ତା ଲେଖିଥିଲେ ।  କିନ୍ତୁ ସ୍କୁଲ୍‌ ପ୍ରିନ୍ସପାଲ୍‌ ଏହି ଘଟଣାପାଇଁ ଛାତ୍ରୀମାନଙ୍କୁ ଶାସ୍ତି ଦେବାପାଇଁ ସେମାନଙ୍କ ସା‌ର୍ଟ କାଢ଼ି କେବଳ ବ୍ଲେଜର୍‌ରେ ଘରକୁ ଯିବାପାଇଁ ନିର୍ଦ୍ଦେଶ ଦେଇଥି‌ଲେ ।  ଅଭିଭାବକମାନେ ସ୍କୁଲ ପ୍ରିନ୍ସପାଲଙ୍କ ବିରୋଧରେ ଅଭିଯୋଗ କରିବାପରେ ଜିଲ୍ଲା ପ୍ରଶାସନ ଉକ୍ତ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏଭଳି ଘଟଣା  ଲଜ୍ଜାଜନକ  ଓ ଦୁର୍ଭାଗ୍ୟଜନକ ବୋଲି  କହିଛନ୍ତି ଝାରିଆ ବିଧାୟକ ରାଗିଣୀ ସିଂହ । ଘଟଣାର ତଦନ୍ତ ପାଇଁ ଏକ କମିଟି ଗଠନ ହୋଇଛି ବୋଲି ଧାନବାଦ ଡିସି ମାଧବୀ ମିଶ୍ର କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe