କନକ ବ୍ୟୁରୋ: ଝାଡ଼ଖଣ୍ଡର ଧାନବାଦରେ ଅତ୍ୟନ୍ତ ଅଶୋଭନୀୟ ଓ ଲଜ୍ଜାଜନକ ଘଟଣା ଘଟିଛି ।  ଏକ ଘରୋଇ ସ୍କୁଲ୍‌  ପ୍ରିନ୍ସପାଲ   ଦଶମ ଶ୍ରେଣୀର ୮୦ ଜଣ ଛାତ୍ରୀଙ୍କୁ ବିନା ସାର୍ଟରେ ଘରକୁ ପଠାଇବା ଘଟଣା  ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି ।  

Advertisment

ଗୁରୁବାର ଦଶମ ପରୀକ୍ଷା ସରୁଥିବାରୁ ସେହିଦିନକୁ ଛାତ୍ରୀମାନେ 'ପେନ୍ ଡେ' ଭାବେ ସେଲିବ୍ରେସନ କରିଥିଲେ । ସମସ୍ତେ ନିଜ ନିଜ ସାଙ୍ଗକୁ ଶୁଭେଚ୍ଛା ଜଣାଇବାକୁ ଯାଇ ସେମାନଙ୍କ ସାର୍ଟରେ ଶୁଭେଚ୍ଛା ବାର୍ତ୍ତା ଲେଖିଥିଲେ । ପ୍ରାୟ ଶହେ ଛାତ୍ରୀ ଏହି ସେଲିବ୍ରେସନରେ ଭାଗ ନେଇଥିଲେ । ହେଲେ ଏଭଳି ସେଲିବ୍ରେସନ ସ୍କୁଲର ପ୍ରିନ୍ସିପାଲଙ୍କୁ ପସନ୍ଦ ଆସିନଥିଲା । ସେ ଏଥିରେ ରାଗିଯାଇ ଛାତ୍ରୀମାନଙ୍କୁ ଗାଳି ଦେଇଥିଲେ । ଏତିକି ନୁହେଁ, ସମସ୍ତଙ୍କୁ ନିଜ ନିଜ ଶାର୍ଟ ଖୋଲିବାକୁ ମଧ୍ୟ ବାଧ୍ୟ କରିଥିଲେ । ଦଶମ ଶ୍ରେଣୀ ଛାତ୍ରୀମାନଙ୍କୁ କେବଳ ବ୍ଲେଜର୍ସ ପିନ୍ଧି ଘରକୁ ଯିବାକୁ ମିଳିଥିଲା ଅନୁମତି । ଏଭଳି ଅବସ୍ଥାରେ ଘରକୁ ଛାତ୍ରୀମାନେ ଯାଇ ବାପା ମାଆଙ୍କ ନିକଟରେ କାନ୍ଦିଥିଲେ । ଜଣେ ଛାତ୍ରୀଙ୍କର ଭିଡିଓ ସୋଶାଲ ମିଡିଆରେ ମଧ୍ୟ ଖୁବ ଭାଇରାଲ ହେଉଛି । ଯେଉଁଥିରେ ସେଦିନ ତାଙ୍କ ସହ ହୋଇଥିବା ବ୍ୟବହାରକୁ କାନ୍ଦି କାନ୍ଦି ବଖାଣିଛନ୍ତି ଛାତ୍ରୀ ଜଣକ । 

ଏହି ଘଟଣା ପରେ ଅଭିଭାବକମାନେ ଡେପୁଟି କମିଶନରଙ୍କ ନିକଟକୁ ଯାଇ ଘରୋଇ ସ୍କୁଲର ପ୍ରିନ୍ସିପାଲଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଦାବି କରିଛନ୍ତି । ସ୍ଥାନୀୟ ବିଧାୟିକା ରାଗିଣୀ ସିଂହ ମଧ୍ୟ ଅଭିଭାବକମାନଙ୍କୁ ଭେଟି ଆଲୋଚନା କରିଛନ୍ତି । ଏହି ଘଟଣା ନେଇ ପୁଲିସରେ ଏତଲା ଦେଇଛନ୍ତି । ଧାନବାଦର ଦିଗବାଡିହରେ ଏହି ଘଟଣା ଘଟିଛି। ଗତକାଲି ଛାତ୍ରୀମା‌ନେ ସେମାନଙ୍କ ପରୀକ୍ଷା ସରିବାପରେ  ପରସ୍ପରର ପୋଷାକରେ ବିଦ‌ାୟୀ ବାର୍ତ୍ତା ଲେଖିଥିଲେ ।  କିନ୍ତୁ ସ୍କୁଲ୍‌ ପ୍ରିନ୍ସପାଲ୍‌ ଏହି ଘଟଣାପାଇଁ ଛାତ୍ରୀମାନଙ୍କୁ ଶାସ୍ତି ଦେବାପାଇଁ ସେମାନଙ୍କ ସା‌ର୍ଟ କାଢ଼ି କେବଳ ବ୍ଲେଜର୍‌ରେ ଘରକୁ ଯିବାପାଇଁ ନିର୍ଦ୍ଦେଶ ଦେଇଥି‌ଲେ ।  ଅଭିଭାବକମାନେ ସ୍କୁଲ ପ୍ରିନ୍ସପାଲଙ୍କ ବିରୋଧରେ ଅଭିଯୋଗ କରିବାପରେ ଜିଲ୍ଲା ପ୍ରଶାସନ ଉକ୍ତ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏଭଳି ଘଟଣା  ଲଜ୍ଜାଜନକ  ଓ ଦୁର୍ଭାଗ୍ୟଜନକ ବୋଲି  କହିଛନ୍ତି ଝାରିଆ ବିଧାୟକ ରାଗିଣୀ ସିଂହ । ଘଟଣାର ତଦନ୍ତ ପାଇଁ ଏକ କମିଟି ଗଠନ ହୋଇଛି ବୋଲି ଧାନବାଦ ଡିସି ମାଧବୀ ମିଶ୍ର କହିଛନ୍ତି ।