ଆସନ୍ତାକାଲି ଝାଡ଼ଖଣ୍ଡ, ମହାରାଷ୍ଟ୍ର ନିର୍ବାଚନ । ମହାରାଷ୍ଟ୍ରରେ ଗୋଟିଏ ପର୍ଯ୍ୟାୟରେ, ଝାଡଖଣ୍ଡରେ ଦ୍ବିତୀୟ ପର୍ଯ୍ୟାୟ ପାଇଁ ପଡ଼ିବ ଭୋଟ୍

Advertisment

ରାତି ପାହିଲେ ପଡ଼ିବ ଭୋଟ୍, ବୁଥମୁହାଁ ପୁଲିଂ ଅଧିକାରୀ । ବୁଧବାର ମହାରାଷ୍ଟ୍ରର ୨୮୮ଟି ଆସନ ଏବଂ ଝାଡ଼ଖଣ୍ଡର ଦ୍ବିତୀୟ ପର୍ଯ୍ୟାୟର ୩୮ଟି ଆସନ ପାଇଁ ଭୋଟ ଗ୍ରହଣ କରାଯିବ ।

ରାତି ପାହିଲେ ପଡ଼ିବ ଭୋଟ୍, ବୁଥମୁହାଁ ପୁଲିଂ ଅଧିକାରୀ । ବୁଧବାର ମହାରାଷ୍ଟ୍ରର ୨୮୮ଟି ଆସନ ଏବଂ ଝାଡ଼ଖଣ୍ଡର ଦ୍ବିତୀୟ ପର୍ଯ୍ୟାୟର ୩୮ଟି ଆସନ ପାଇଁ ଭୋଟ ଗ୍ରହଣ କରାଯିବ ।

election33

କନକ ବ୍ୟୁରୋ : ରାତି ପାହିଲେ ପଡ଼ିବ ଭୋଟ୍, ବୁଥମୁହାଁ ପୁଲିଂ ଅଧିକାରୀ । ବୁଧବାର ମହାରାଷ୍ଟ୍ରର ୨୮୮ଟି ଆସନ ଏବଂ ଝାଡ଼ଖଣ୍ଡର ଦ୍ବିତୀୟ ପର୍ଯ୍ୟାୟର ୩୮ଟି ଆସନ ପାଇଁ ଭୋଟ ଗ୍ରହଣ କରାଯିବ । ଏଥିପାଇଁ ପୁଲିଂ ଅଧିକାରୀ ମାନେ ଇଭିଏମ ମେସିନ ସହ ନିଜ ନିଜ ବୁଥ୍ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ଏହି ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ପୂର୍ବତନ ମୁଖ୍ୟମନ୍ତ୍ରୀ ବାବୁଲାଲ ମାରାଣ୍ଡି, ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଦେଶ ମହତୋ ଭଳି ବରିଷ୍ଠ ନେତା ଭାଗ୍ୟ ପରୀକ୍ଷା କରିବେ । କଳ୍ପନା ସୋରେନ, ସୀତା ସୋରନଙ୍କ ଛଡା ମୈଦାନରେ ଅଛନ୍ତି ୧୧ ଜଣ ପୂର୍ବତନ ମନ୍ତ୍ରୀ । 

ଆସନ୍ତାକାଲି ୩୮ ଆସନରେ ଭୋଟ ହେବାକୁ ଥିବା ବେଳେ ମୈଦାନରେ ଅଛନ୍ତି ୫୨୮ ଜଣ ପ୍ରାର୍ଥୀ । ସେହିପରି ମହାରାଷ୍ଟ୍ରରେ ୨୮୮ ଆସନରେ ମଧ୍ୟ ବହୁ ବଡ଼ ଚେହେରା ମୁହାଁମୁହିଁ ହେବାକୁ ଯାଉଛନ୍ତି । ଏହି ଦୁଇ ରାଜ୍ୟ ସମେତ ଉତ୍ତରପ୍ରଦେଶରେ ହେବାକୁ ଥିବା ବିଧାନସଭା ଉପ-ନିର୍ବାଚନ ପାଇଁ ମଧ୍ୟ ମତଦାନ ଅନୁଷ୍ଠିତ ହେବ । ବୁଧବାର ଉତ୍ତର ପ୍ରଦେଶରେ ଥିବା ୯ଟି ଆସନରେ ମତଦାନ ଅନୁଷ୍ଠିତ ହେବ । ବୁଧବାର ଉତ୍ତର ପ୍ରଦେଶରେ ଥିବା ୯ଟି ଆସନରେ ମତଦାନ ଅନୁଷ୍ଠିତ ହେବ । ଏହି ସମସ୍ତ ରାଜ୍ୟରେ ହେବାକୁ ଥିବା ନିର୍ବାଚନର ଫଳାଫଳ ନଭେମ୍ବର ୨୩ରେ ଗଣନା କରାଯିବ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe