କନକ ବ୍ୟୁରୋ: ସମୟ ବଢିବା ସହ ଝାଡ଼ଖଣ୍ଡରେ ବଦଳୁଛି ଗଣିତ । ଏନଡିଏକୁ ପଛରେ ପକେଇ ଆଗକୁ ବଢିଲା ଇଣ୍ଡି ମେଣ୍ଟ । ତେବେ ଝାଡ଼ଖଣ୍ଡରେ ଏଥର କଂଗ୍ରେସ ଏବଂ ଜେଏମଏମ୍ ମିଶି ନିର୍ବାଚନ ଲଢୁଛନ୍ତି । ଆଉ ନିର୍ବାଚନ ଫଳାଫଳ ଟ୍ରେଣ୍ଡରେ ଦଳ ବିଜେପିକୁ ପଛରେ ପକାଇଛି । ଦିନ ସାଢେ ୧୦ଟା ସୁଦ୍ଧା ଝାଡଖଣ୍ଡରେ ୪୬ ଆସନରେ ଆଗୁଆ ରହିଛି ଇଣ୍ଡି ମେଣ୍ଟ । ତେବେ ଏଠାରେ ବହୁମତ ପାଇଁ ୪୨ ଆସନ ଆବଶ୍ୟକ ଥିବାବେଳେ, ବହୁମତଠାରୁ ଆଗରେ ରହିଛି ଇଣ୍ଡି ମେଣ୍ଟ ।
ଅନ୍ୟପଟେ ଅନ୍ୟ ଖାତାରେ ରହିଛି ୩ଟି ଆସନ । ୩ଟି ଆସନରେ ଅନ୍ୟପ୍ରାର୍ଥୀମାନେ ଆଗୁଆ ଅଛନ୍ତି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଟ୍ରେଣ୍ଡରେ ବର୍ତ୍ତମାନ ସୁଦ୍ଧା ଏନଡିଏ ମେଣ୍ଟ ମହାରାଷ୍ଟ୍ରରେ ଆଗୁଆ ଥିଲେ ବି, ଝାଡ଼ଖଣ୍ଡରେ କିନ୍ତୁ ପଛରେ ପଡିଛି ।
ସୂଚନାଯୋଗ୍ୟ ଯେ, ଝାଡ଼ଖଣ୍ଡ ବିଧାନସଭାର ସମସ୍ତ ୮୧ଟି ଆସନ ପାଇଁ ମୋଟ ୨ଟି ପର୍ୟ୍ୟାୟରେ ଭୋଟ୍ ପଡିଥିଲା । ନଭେମ୍ବର ୧୩ ତାରିଖରେ ପ୍ରଥମ ପର୍ୟ୍ୟାୟ ଭୋଟ୍ ପଡିଥିବାବେଳେ, ନଭେମ୍ବର ୨୦ରେ ପଡିଥିଲା ଦ୍ୱିତୀୟ ପର୍ୟ୍ୟାୟ ଭୋଟ୍ । ଏଠାରେ ବିଜେପି ଏବଂ ଏଜେଏସୟୁ ମିଳିତ ଭାବେ ନିର୍ବାଚନ ଲଢୁଥିବାବେଳେ, ଜେଏମଏମ୍ ଏବଂ କଂଗ୍ରେସ ମିଶି ନିର୍ବାଚନ ଲଢୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2024/11/23/vlCZMhScXwom1TrOvySR.jpg)