କନକ ବ୍ୟୁରୋ: ଝାଡ଼ଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା JMMର ପ୍ରତିଷ୍ଠାତା ଶିବୁ ସୋରେନଙ୍କ ପରଲୋକ ହୋଇଛି । ବାର୍ଦ୍ଧକ୍ୟ ଜନିତ ସମସ୍ୟାରେ ଦିଲ୍ଲୀ ଗଙ୍ଗାରାମ ହସ୍ପିଟାଲରେ ଚିକିତ୍ସା ଚାଲିଥିବାବେଳେ ଶେଷ ନିଃଶାସ ତ୍ୟାଗ କରିଛନ୍ତି । ୮୧ ବର୍ଷ ବୟସରେ ଶିବୁ ସୋରେନଙ୍କ ପରଲୋକ ହୋଇଛି ।
ଗତ ୩୮ ବର୍ଷ ଧରି ଛାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ମଙ୍ଗ ଧରିଥିଲେ ଶିବୁ ସୋରେନ୍ । ତାଙ୍କୁ ସଙ୍ଗଠନ ସଂସ୍ଥାପକ ତଥା ସଂରକ୍ଷକ ଭାବେ ରାଜ୍ୟବାସୀ ମାନୁଥିଲେ । ପରାଧୀନ ଭାରତରେ ୧୯୪୪ ଜାନୁଆରୀ ୧୧ରେ ତତ୍କାଳୀନ ବିହାର ତଥା ଏବେକାର ଝାଡ଼ଖଣ୍ଡ ହଜାରୀବାଗରେ ଜନ୍ମଗ୍ରହଣ କରିଥିଲେ ଶିବୁ ସୋରେନ୍ । ହେତୁ ପାଇବା ଦିନରୁ ଆଦିବାସୀଙ୍କ ଉପରେ ହେଉଥିବା ଶୋଷଣ ବିରୋଧରେ ସଂଘର୍ଷ ଆରମ୍ଭ କରିଥିଲେ ଶିବୁ ସୋରେନ୍ । ୭୦ ଦଶକରେ ’ଧନକଟନି ଆନ୍ଦୋଳନ ଓ ଅନ୍ୟ ଆଦିବାସୀ ଆନ୍ଦୋଳନ ଜରିଆରେ ଜନଜାତିଙ୍କ ପାଇଁ ଲଢ଼େଇ ଆରମ୍ଭ କରିଥିଲେ ।
୧୯୭୭ରେ ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ିଥିଲେ ଶିବୁ ସୋରେନ୍ । କିନ୍ତୁ ପରାଜୟର ସାମ୍ନା କରିବାକୁ ପଫିଥିଲା । ୧୯୮୦ରେ ନିର୍ବାଚନ ଜିତି ସାଂସଦ ଭାବେ ଜନତାଙ୍କ ସେବା ପାଇଁ ଆସିଲେ । ବିହାରଠାରୁ ଅଲଗା ହୋଇ ସ୍ବତନ୍ତ୍ର ଝାଡ଼ଖଣ୍ଡ ରାଜ୍ୟ ଗଠନ କରିବାରେ ମଧ୍ୟ ତାଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ଥିଲା । ସେ ଲଗାତାର ୩ ଥର (୨୦୦୫,୨୦୦୮, ୨୦୦୯)ରେ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହୋଇଥିଲେ । କିନ୍ତୁ କେବେ ବି କାର୍ଯ୍ୟକାଳ ପୂର୍ଣ୍ଣ କରିପାରିନଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/08/04/s-2025-08-04-10-31-51.jpg)