ଆଜି ଝାଡଖଣ୍ଡ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ; ମୈଦାନରେ ୬୮୩ ପ୍ରାର୍ଥୀ

ଝାଡ଼ଖଣ୍ଡ‌ରେ ଆଜି ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ । ୪୩ ଆସନରେ ମତଦାନ । ମୈଦାନରେ ୬୮୩ ପ୍ରାର୍ଥୀ । ବିଜେପି ଓ ଜେଏମଏମ ମଧ୍ୟରେ ସିଧାସଳଖ ଲଢ଼େଇ ସମ୍ଭାବନା ।

2j

କନକ ବ୍ୟୁରୋ: ଝାଡ଼ଖଣ୍ଡ‌ରେ ଆଜି ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ। ପ୍ରଥମ ପର୍ଯ୍ୟାୟରେ ୪୩ ବିଧାନସଭା ଆସନରେ ମତଦାନ ହେବ । ଏହି ସବୁ ଆସନ ପାଇଁ ମୋଟ୍ ୬୮୩ ପ୍ରାର୍ଥୀ ମଇଦାନରେ ଅଛନ୍ତି । ପ୍ରଥମ ପର୍ଯ୍ୟାୟରେ ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ ଥିବା ୨୮ଟି ଆସନରୁ ୨୦ଟିରେ ଭୋଟ୍‌ ଗ୍ରହଣ ହେବ।  

ବିଜେପି ଏବଂ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା, ଜେଏମଏମ ମଧ୍ୟରେ ଏହି ସବୁ ଆସନ ଗୁଡ଼ିକରେ ସିଧାସଳଖ ଲଢ଼େଇ ହେଉଛି ।  ଏହି ପର୍ଯ୍ୟାୟରେ ହେମନ୍ତ ସୋରେନ ସରକାରର ୬ ମନ୍ତ୍ରୀ ଏବଂ ବିଜେପି ଟିକେଟ‌ରେ ନିର୍ବାଚନ ଲଢ଼ିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନଙ୍କ ୪ ସମ୍ପର୍କୀୟ ନିର୍ବାଚନ ଲଢ଼ୁଛନ୍ତି ।  ଚମ୍ପାଇ ସୋରେନ୍‌ ନିଜେ ନିର୍ବାଚନ ଲଢୁଥିବା ବେଳେ ତାଙ୍କ ପୁଅ ବାବୁଲାଲ୍‌ ଘଟସିଲାରୁ ନିର୍ବାଚନ ଲଢୁଛନ୍ତି।  ଏହାଛଡ଼ା ଅର୍ଜୁନ ମୁଣ୍ଡାଙ୍କ ପତ୍ନୀ ମୀରାଦେବି, ମଧୁ କୋଡ଼ାଙ୍କ ପତ୍ନୀ ଗୀତା କୋଡ଼ା, ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ୍‌ଙ୍କ ବୋହୂ ପୂର୍ଣ୍ଣିମା ଦାସ ଏହ‌ି ପର୍ଯ୍ୟା‌ୟରେ ନିର୍ବାଚନ ଲଢ଼ୁଛନ୍ତି।  

ଅନ୍ୟପକ୍ଷରେ ବିଭିନ୍ନ ରାଜ୍ୟର ୩୧ ବିଧାନସଭା ଆସନ ଏବଂ କେରଳର ୱାୟନାଡ଼ ଲୋକସଭା ଆସନରେ ଆଜି ଉପନିର୍ବାଚନ ହେବ। ୱାୟନାଡ ଆସନରୁ ପ୍ରିୟଙ୍କା ଗାନ୍ଧୀ ପ୍ରଥମ ଥର ପାଇଁ ସିଧାସଳଖ ନିର୍ବାଚନ ଲଢ଼ୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe