କନକ ବ୍ୟୁରୋ : ଝାଡଖଣ୍ଡ ରାଜନୀତିରେ ବଡ଼ ଫେରବଦଳ ଦେଖିବାକୁ ମିଳିଛି । କିଛିଦିନ ତଳେ ଜେଏମଏମ୍ ତରଫରୁ ମୁଖ୍ୟମନ୍ତ୍ରୀ ଥିବା ଚମ୍ପାଇ ସୋରେନ ଆଜି ବିଜେପିରେ ଯୋଗ ଦେଇଛନ୍ତି । ରାଞ୍ଚିରେ ଏକ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଜେଏମଏମ ନେତା ଚମ୍ପାଇ ସୋରେନ ବିଜେପିରେ ସାମିଲ ହୋଇଛନ୍ତି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଶିବରାଜସିଂ ଚୌହାନ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା, ଝାଡଖଣ୍ଡ ବିଜେପି ମୁଖ୍ୟ ବାବୁଲାଲ ମରାଣ୍ଡି ଉପସ୍ଥିତ ଥିଲେ । ଜେଏମଏମର ପ୍ରତିଷ୍ଠାତା ସଭ୍ୟ ଚମ୍ପାଇ ସୋରେନ କିଛିଦିନ ତଳେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଯିବା ନେଇ ଅସନ୍ତୁଷ୍ଟ ଜାହିର କରି ଦଳ ଛାଡିଥିଲେ । 

Advertisment