କନକବ୍ୟୁରୋ : ଝାଡ଼ଖଣ୍ଡ ନିର୍ବାଚନ ପାଇଁ ପ୍ରଚାର କରିବେ ଓଡ଼ିଶା ମନ୍ତ୍ରୀ । ଆସନ୍ତାକାଲିଠୁ ୩ ଦିନିଆ ଗସ୍ତରେ ଝାଡ଼ଖଣ୍ଡ ଯିବେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ବିଜେପି ପାଇଁ ପ୍ରଚାର କରିବେ ନଗର ଉନ୍ନୟନ ମନ୍ତ୍ରୀ । ୮, ୯ ଓ ୧୦ ତାରିଖରେ ଝାଡ଼ଖଣ୍ଡର ବିଭିନ୍ନ ବିଧାନସଭା କ୍ଷେତ୍ରରେ ପ୍ରଚାର କରିବେ । ବିଶେଷ କରି ଝାଡଖଣ୍ଡର ଯେଉଁ ୧୮ ଟି ବିଧାନସଭା କ୍ଷେତ୍ରରେ ଓଡ଼ିଆ ଭାଷାଭାଷୀ ଲୋକ ଅଛନ୍ତି, ସେଠାରେ ପ୍ରଚାର କରିବେ ଓଡ଼ିଶାର ବିଜେପି ନେତା ।
ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଝାଡଖଣ୍ଡ ଗସ୍ତ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା , ସହ ବିଜେପି ପାଇ ଭୋଟ ଭିକ୍ଷା କରିଛନ୍ତି । ଆଗକୁ ମଧ୍ୟ ମୋହନ ମାଝୀ ଝାଡ଼ଖଣ୍ଡ ନିର୍ବାଚନରେ ପ୍ରଚାର କରିବେ। ବର୍ତ୍ତମାନ ସମୟରେ ରାଜ୍ୟ ବିଜେପିର ଶୀର୍ଷ ସ୍ତରୀୟ ନେତା ଝାଡଖଣ୍ଡରେ ଜୋରଦାର ପ୍ରଚାର କରୁଛନ୍ତି ।