କନକ ବ୍ୟୁରୋ: ଝାଡଖଣ୍ଡ ନିର୍ବାଚନରେ ମାଗଣା ପ୍ରତିଶ୍ରୁତିର ବର୍ଷା କରିଛି ବିଜେପି। ବିଜେପି ନିଜର ଇସ୍ତାହାର ପ୍ରକାଶ କରିଛି। ୫୦୦ ଟଙ୍କାରେ ଗ୍ୟାସ ସିଲିଣ୍ଡର, ମହିଳାଙ୍କୁ ମାସିକ ୨୧୦୦ ଟଙ୍କାର ସହାୟତା ଦେବାକୁ ଘୋଷଣା କରିଛି। ଝାଡଖଣ୍ଡର ହେମନ୍ତ ସୋରେନ ସରକାରଙ୍କୁ କାଉଣ୍ଟର କରିବାକୁ ମହିଳାଙ୍କୁ ୨୧ଶହ ଟଙ୍କା ଲେଖାଏ ସହାୟତା ଦେବାକୁ ଘୋଷଣା କରିଛି ବିଜେପି। ଝାଡଖଣ୍ଡ ସରକାର ଏବେ ୨୧ରୁ ୫୦ ବର୍ଷର ମହିଳାଙ୍କୁ ମାସିକ ୧୦୦୦ ଟଙ୍କାର ସହାୟତା ପ୍ରଦାନ କରୁଛନ୍ତି । ଝାଡ଼ଖଣ୍ଡ ବିଜେପି ସଭାପତି ବାବୁଲାଲ ମାରାଣ୍ଡି ନିର୍ବାଚନୀ ଇସ୍ତାହାର ତଥା ‘ପଞ୍ଚ ପ୍ରାଣ’ର ଉନ୍ମୋଚନ କରିଛନ୍ତି । ନିର୍ବାଚନୀ ଇସ୍ତାହାରେ ବିଜେପି ୨୫ଟି ମୁଖ୍ୟ ପ୍ରସଙ୍ଗ ଉପରେ ଗୁରୁତ୍ୱ ଦେଇଛି। ଝାଡଖଣ୍ଡର ୨୫ ବର୍ଷର ଇତିହାସର ନେଇ ବିଜେପି ଇସ୍ତାହାର ପ୍ରସ୍ତୁତ କରୁଛି।
୫୦୦ ଟଙ୍କାରେ ଗ୍ୟାସ ସିଲିଣ୍ଡର , ମହିଳାଙ୍କୁ ମାସିକ ୨୧୦୦ ଟଙ୍କା ; ଚର୍ଚ୍ଚାରେ ବିଜେପିର ମାଗଣା ପ୍ରତିଶ୍ରୁତି
ଝାଡଖଣ୍ଡ ନିର୍ବାଚନରେ ବିଜେପିର ମାଗଣା ପ୍ରତିଶ୍ରୁତି ବର୍ଷ । ୫୦୦ ଟଙ୍କାରେ ଗ୍ୟାସ ସିଲିଣ୍ଡର, ମହିଳାଙ୍କୁ ମାସିକ ୨୧୦୦ ଟଙ୍କାର ସହାୟତା ଦେବାକୁ ଘୋଷଣା କରିଛି । ହେମନ୍ତ ସୋରେନ ସରକାରଙ୍କୁ କାଉଣ୍ଟର କରିବାକୁ ବିଜେପିର ମାଷ୍ଟରପ୍ଲାନ ।
/kanak/media/media_files/umcr0wwvy9g4MIf3bMA7.jpg)
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)