କନକ ବ୍ୟୁରୋ : ଝାଡଖଣ୍ଡ ବିଧାନସଭା ନିର୍ବାଚନ ପୂର୍ବରୁ ନେତାଙ୍କ ଦଳ ବଦଳ ଜାରି ରହିଛି । ଏହି କ୍ରମରେ ଗିରିଡିହରେ ବିଜେପିକୁ ବଡ଼ ଝଟକା ଲାଗିଛି । ବିଜେପିର ଝାଡଖଣ୍ଡ ଉପାଧ୍ୟକ୍ଷ ପ୍ରଣବ ବର୍ମା ବିଜେପିର ସମସ୍ତ ପଦପଦବୀରୁ ଇସ୍ତଫା ଦେଇ ଜେଏମଏମରେ ସାମିଲ ହୋଇଛନ୍ତି ।
ଶନିବାର ଦିନ ପ୍ରଣବ ବର୍ମା ଜେଏମଏମର କାର୍ଯ୍ୟକାରୀ ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଉପସ୍ଥି୍ିତିରେ ଜେଏମଏମର ସଦସ୍ୟତା ଗ୍ରହଣ କରିଛନ୍ତି । ପ୍ରଣବ ବର୍ମାଙ୍କ ଏଭଳି ନିଷ୍ପତ୍ତି ବିଜେପିକୁ ବଡ ଝଟକା ଲାଗିଛି । ଜେଏମଏମରେ ଯୋଗଦେବା ଅବସରରେ ପ୍ରଣବ ବର୍ମା କହିଛନ୍ତି, କି ବିଜେପି ତାଙ୍କୁ ବାରମ୍ବାର ଅଣଦେଖା କରିବାରୁ ସେ ଦଳ ଛାଡିଛନ୍ତି ।
କୋଡରମା ଆସନରୁ ସାଂସଦ ଥିବା ରିତଲାଲ ପ୍ରସାଦ ଶର୍ମାଙ୍କ ପ୍ରୁଅ ହେଉଛନ୍ତି ପ୍ରଣବ ବର୍ମା । ରିତଲାଲ ବିଜେପିର ଫାଉଣ୍ଡର ମେମ୍ବର । କେନ୍ଦ୍ର ବିଜେପି ସହ ତାଙ୍କ ମଜବୁତ ସଂପର୍କ ରହିଛି । ଦଳ ଛାଡିବା ପରେ ପ୍ରଣବ ଏକ ଭାବବିହ୍ୱଳ ଚିଠି ଲେଖିଛନ୍ତି । ଏହି ଚିଠିକୁ ସେ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ସେ କହିଛନ୍ତି କି ଏବେ ବିଜେପି ସିଦ୍ଧାନ୍ତ ଓ ଆଦର୍ଶ ଠାରୁ ଅନେକ ଦୂରକୁ ଚାଲିଯାଇଛି ।