କନକ ବ୍ୟୁରୋ : ବିଧାନସଭା ନିର୍ବାଚନକୁ ନେଇ ଝାଡ଼ଖଣ୍ଡ ରାଜନୀତି ସରଗରମ । ବିଜେପିକୁ ଚେକ ଦେବାକୁ ଏକାଠି ହୋଇଛନ୍ତି ଜେଏମଏମ ଏବଂ କଂଗ୍ରେସ । ନିର୍ବାଚନ ପାଇଁ ଉଭୟ ଦଳ ମଧ୍ୟରେ ହୋଇଛି ଆସନ ବୁଝାବଣା । ଉଭୟ ଦଳ ୭୦ ଆସନରେ ନିର୍ବାଚନ ଲଢ଼ିବାକୁ ସହମତି ପ୍ରକାଶ ପାଇଥିବା ବେଳେ ବଳକା ଆସନ ସହଯୋଗୀଙ୍କ ପାଇଁ ଛଡ଼ାଯାଇଛି । ଝାଡ଼ଖଣ୍ଡରେ ମୋଟ ୮୧ ଆସନ ରହିଛି । ଏଥିରୁ ୭୦ ଆସନରେ ଉଭୟ ଜେଏମଏମ ଓ କଂଗ୍ରେସ ଏକାଠି ଲଢ଼ିବେ । ସେହିପରି ବାକି ୧୧ ଆସନ ସହଯୋଗୀ ଆରଜେଡି ଓ ବାମଦଳଙ୍କୁ ଦିଆଯିବାକୁ ନିଷ୍ପତ୍ତି ହୋଇଛି । ଆସନ ବୁଝାମଣା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ଆଦିବାସୀ ଅଧ୍ୟୁଷିତ ଝାଡଖଣ୍ଡରେ ମୁଖ୍ୟତଃ ବିଜେପି ଓ ଜେଏମଏମ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହେଉଛି । ଗତ ୨୦୧୯ ବିଧାନସଭା ନିର୍ବାଚନରେ ଜେଏମମ, କଂଗ୍ରେସ ଓ ଆରଜେଡି ମେଣ୍ଟ ୮୧ ଆସନରୁ ୪୭ ଆସନ ଲାଭ କରିଥିଲେ । ଆସନ୍ତା ନଭେମ୍ବର ୧୩ ଓ ୨୦ରେ ଦୁଇ ପର୍ଯ୍ୟାୟରେ ନିର୍ବାଚନ ହେବ । ନଭେମ୍ବର ୨୩ରେ ଭୋଟ ଗଣତି ସହ ଫଳାଫଳ ଘୋଷଣା କରାଯିବ।
ବିଧାନସଭା ନିର୍ବାଚନକୁ ନେଇ ସରଗରମ ଝାଡଖଣ୍ଡ ରାଜନୀତି । ବିଜେପିକୁ ଟକ୍କର ଦେବାକୁ କଂଗ୍ରେସ-ଜେଏମଏମ ଏକାଠି
ଝାଡ଼ଖଣ୍ଡରେ ମୋଟ ୮୧ ଆସନ ରହିଛି । ଏଥିରୁ ୭୦ ଆସନରେ ଉଭୟ ଜେଏମଏମ ଓ କଂଗ୍ରେସ ଏକାଠି ଲଢ଼ିବେ । ସେହିପରି ବାକି ୧୧ ଆସନ ସହଯୋଗୀ ଆରଜେଡି ଓ ବାମଦଳଙ୍କୁ ଦିଆଯିବାକୁ ନିଷ୍ପତ୍ତି ହୋଇଛି । ଆସନ ବୁଝାମଣା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ।