ଝାଡ଼ଖଣ୍ଡରେ ବଡ଼ଧରଣର ନକ୍ସଲ ବିରୋଧୀ ଅପରେସନକୁ ମିଳିଛି ବଡ଼ ସଫଳତା । ନକ୍ସଲଙ୍କୁ ଖୋଜି ଖୋଜି ନିପାତ କରିଛନ୍ତି ଭାରତୀୟ ଯବାନ । ସବୁଠୁ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ନିହତ ହୋଇଥିବା ନକ୍ସଲଙ୍କ ମଧ୍ୟରୁ ଜଣଙ୍କ ଉପରେ ୧କୋଟିର ପୁରସ୍କାର ରାଶି ଘୋଷଣା କରାଯାଇଥିଲା । 

Advertisment

ସୂଚନା ଅନୁଯାୟୀ, ଘନ ଜଙ୍ଗଲରେ ନକ୍ସଲମାନଙ୍କ ଉପସ୍ଥିତି ନେଇ ସୁରକ୍ଷା ବାହିନୀଙ୍କୁ ଗୁପ୍ତ ସୂଚନା ମିଳିଥିଲା । ଏହା ପରେ ଆରମ୍ଭ ହୋଇଥିଲା ସ୍ଵତନ୍ତ୍ର ମିଳିତ ଅପରେସନ୍ । ଝାଡ଼ଖଣ୍ଡର ଚୈବାସା ଜିଲ୍ଲା ଅନ୍ତର୍ଗତ ସରଣ୍ଡା ଜଙ୍ଗଲରେ ସୁରକ୍ଷା ବାହିନୀ ଏବଂ ନକ୍ସଲ ସଂଗଠନ ମଧ୍ୟରେ ଏନକାଉଣ୍ଟର ହୋଇଥିଲା । ଛୋଟାନାଗରା ଥାନା ଅଞ୍ଚଳର ଦୁର୍ଗମ ଜଙ୍ଗଲରେ ଏହି ଏନକାଉଣ୍ଟର ହୋଇଥିଲା । ଏନକାଉଣ୍ଟରରେ ୧ କୋଟି ପୁରସ୍କାର ରାଶି ଥିବା ନକ୍ସଲ ‘ଅନଲ’ ସମେତ ୧୦ ଜଣ ନକ୍ସଲ ନିହତ ହୋଇଥିବା ଜଣାପଡ଼ିଛି । ତେବେ କୋବ୍ରା ବାଟାଲିୟନ, ଜାଗୁଆର ଏବଂ ଜିଲ୍ଲା ପୁଲିସ ମିଳିତ ଭାବେ ଏହି ସ୍ଵତନ୍ତ୍ର ଅପରେସନ୍ ଆରମ୍ଭ କରିଥିଲେ । ସୁରକ୍ଷା ବାହିନୀ ନକ୍ସଲଙ୍କ ନିକଟକୁ ଯିବା ମାତ୍ରେ ସେମାନେ ଆଖିବୁଜା ଗୁଳିମାଡ଼ କରିଥିଲେ । ଏହାର ଜବାବରେ ପାଲଟା ଗୁଳିମାଡ଼ କରିଥିଲେ ସୁରକ୍ଷା ବାହିନୀ ।