’ପାପା ମାମାକୁ ମାରିବା ପରେ ଟାଙ୍ଗିଦେଲେ’ ... ଡ୍ରଇଂ ବନାଇ ସତ ଖୋଲିଲା ୪ ବର୍ଷର ଝିଅ

୨୭ ବର୍ଷିୟା ସୋନାଲି ବୌଧଲିୟାଙ୍କ ସନ୍ଦିଗ୍ଧ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ଏହାକୁ ଆତ୍ମହତ୍ୟାର ନାଁ ଦେଇଥିଲେ ସ୍ବାମୀ । ହେଲେ ସବୁ ସତ ପଦାରେ ପକାଇଲା ୪ ବର୍ଷର କୁନି ଝିଅ। 

DEATH-

DEATH- Photograph: (KANAKNEWS)

କନକ ବ୍ୟୁରୋ: ଉତ୍ତରପ୍ରଦେଶ ଝାନ୍ସିରେ ଏକ ହୃଦୟବିଦାରକ ଘଟଣା ଘଟିଛି । ୪ ବର୍ଷର କୁନି ଝିଅ ନିଜ ମା’ର ହତ୍ୟା ଘଟଣାର ଖୁଲାସା କରିଛି । ଝାନ୍ସି ସହରର କୋତୱାଲି ପଞ୍ଚବଟି ଶିବ ପରିବାର କଲୋନୀରେ ରହୁଥିବା ୨୭ ବର୍ଷିୟା ସୋନାଲି ବୌଧଲିୟାଙ୍କ ସନ୍ଦିଗ୍ଧ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ଏହାକୁ ଆତ୍ମହତ୍ୟାର ନାଁ ଦେଇଥିଲେ ସ୍ବାମୀ । ହେଲେ ସବୁ ସତ ପଦାରେ ପକାଇଲା ୪ ବର୍ଷର କୁନି ଝିଅ। 

ସୋନାଲିଙ୍କ ବାପଘର ଲୋକେ ଜ୍ବାଇଁ ସନ୍ଦୀପ ବୌଧଲିୟା ଓ ତାଙ୍କ ପରିବାର ଉପରେ ହତ୍ୟା ଅଭିଯୋଗ ଆଣିଥିଲେ । ସୋନାଲିଙ୍କ ଶବ ସତ୍କାର ପାଇଁ ସନ୍ଦୀପ ପହଞ୍ଚିବାରୁ ତାଙ୍କୁ ଘଉଡାଇଦେବା ସହ ତାଙ୍କ ଝିଅ ହାତରେ ମୁଖାଗ୍ନି  ଦେବା କାମ କରାଇଥିଲେ । ଶବସତ୍କାର ପରେ ଘଟଣାର ତଦନ୍ତ କରିବାକୁ ପହଞ୍ଚିଥିଲା ପୋଲିସ । 

କୁନି ଝିଅକୁ ପଚାରିବାରୁ ସେ ଏକ ଡ୍ରଇଂ ବନାଇଥିଲା । ଏହାକୁ ଦେଖି ଆଶ୍ଚର୍ୟ୍ୟ ହୋଇଥିଲେ ପୋଲିସ ଅଧିକାରୀ । ଡ୍ରଇଂରେ ଜଣେ ମହିଳା ଫାଶିରେ ଝୁଲୁଥିଲେ ଏବଂ ତା ପାଖରେ ଅନ୍ୟ ଜଣଙ୍କ ହାତ ଦେଖିବାକୁ ମିଳିଥିଲା । ଇଏ କାହା ହାତ ବୋଲି ପଚାରିଥିଲେ ପୋଲିସ  ଏବଂ କୁନି ଝିଅ କହିଥିଲା, ପାପା ମାମାକୁ ମାରିଦେଲେ। ଏହାପରେ ରଶିରେ ଝୁଲାଇଦେଇଥିଲେ। ବାସ୍ ଏତିକିରେ ଧରାପଡିଥିଲା ସତ। ପୋଲିସ ସନ୍ଦୀପକୁ ଗିରଫ କରି ଜେରା କରୁଥିବା ଜଣାପଡିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe