କନକ ବ୍ୟୁରୋ: ଉତ୍ତରପ୍ରଦେଶ ଝାନ୍ସିରେ ଏକ ହୃଦୟବିଦାରକ ଘଟଣା ଘଟିଛି । ୪ ବର୍ଷର କୁନି ଝିଅ ନିଜ ମା’ର ହତ୍ୟା ଘଟଣାର ଖୁଲାସା କରିଛି । ଝାନ୍ସି ସହରର କୋତୱାଲି ପଞ୍ଚବଟି ଶିବ ପରିବାର କଲୋନୀରେ ରହୁଥିବା ୨୭ ବର୍ଷିୟା ସୋନାଲି ବୌଧଲିୟାଙ୍କ ସନ୍ଦିଗ୍ଧ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ଏହାକୁ ଆତ୍ମହତ୍ୟାର ନାଁ ଦେଇଥିଲେ ସ୍ବାମୀ । ହେଲେ ସବୁ ସତ ପଦାରେ ପକାଇଲା ୪ ବର୍ଷର କୁନି ଝିଅ।
ସୋନାଲିଙ୍କ ବାପଘର ଲୋକେ ଜ୍ବାଇଁ ସନ୍ଦୀପ ବୌଧଲିୟା ଓ ତାଙ୍କ ପରିବାର ଉପରେ ହତ୍ୟା ଅଭିଯୋଗ ଆଣିଥିଲେ । ସୋନାଲିଙ୍କ ଶବ ସତ୍କାର ପାଇଁ ସନ୍ଦୀପ ପହଞ୍ଚିବାରୁ ତାଙ୍କୁ ଘଉଡାଇଦେବା ସହ ତାଙ୍କ ଝିଅ ହାତରେ ମୁଖାଗ୍ନି ଦେବା କାମ କରାଇଥିଲେ । ଶବସତ୍କାର ପରେ ଘଟଣାର ତଦନ୍ତ କରିବାକୁ ପହଞ୍ଚିଥିଲା ପୋଲିସ ।
କୁନି ଝିଅକୁ ପଚାରିବାରୁ ସେ ଏକ ଡ୍ରଇଂ ବନାଇଥିଲା । ଏହାକୁ ଦେଖି ଆଶ୍ଚର୍ୟ୍ୟ ହୋଇଥିଲେ ପୋଲିସ ଅଧିକାରୀ । ଡ୍ରଇଂରେ ଜଣେ ମହିଳା ଫାଶିରେ ଝୁଲୁଥିଲେ ଏବଂ ତା ପାଖରେ ଅନ୍ୟ ଜଣଙ୍କ ହାତ ଦେଖିବାକୁ ମିଳିଥିଲା । ଇଏ କାହା ହାତ ବୋଲି ପଚାରିଥିଲେ ପୋଲିସ ଏବଂ କୁନି ଝିଅ କହିଥିଲା, ପାପା ମାମାକୁ ମାରିଦେଲେ। ଏହାପରେ ରଶିରେ ଝୁଲାଇଦେଇଥିଲେ। ବାସ୍ ଏତିକିରେ ଧରାପଡିଥିଲା ସତ। ପୋଲିସ ସନ୍ଦୀପକୁ ଗିରଫ କରି ଜେରା କରୁଥିବା ଜଣାପଡିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/02/18/u0PG3m9UthdYEWf32cxU.jpg)