କନକ ବ୍ୟୁରୋ : ରାୟଗଡ଼ାରେ ଜୟପୁର ସୁଗାର କମ୍ପାନି- ଜେଏସ୍କୋ ଉପରେ ବାକି ପଡ଼ିଛି ଅବକାରୀ ବିଭାଗର ରାଜସ୍ୱ ବାବଦ 4 କୋଟି ଟଙ୍କା। କମ୍ପାନି ଟଙ୍କା ନଦେଇ ଠକି ଚାଲିଛି । ବାରମ୍ବାର ତାଗିଦ ଓ କୋର୍ଟଙ୍କ ନିର୍ଦ୍ଦେଶକୁ ମଧ୍ୟ ଜେଏସ୍କୋ ଖାତିର କରୁନାହିଁ । କମ୍ପାନୀର ସମ୍ପତ୍ତି ଅକ୍ତିଆର ପାଇଁ ପୁଣି ମାମଲା ରୁଜୁ ହୋଇଛି ।
ବିବାଦରେ ରାୟଗଡ଼ାସ୍ଥିତ ଜୟପୁର ସୁଗାର କମ୍ପାନି- ଜେଏସକୋ । ପଇଠ କରୁନି ଅବକାରୀ ବିଭାଗର ରାଜସ୍ୱ ବାବଦ ଟଙ୍କା । ଅବକାରୀ ବିଭାଗ ପକ୍ଷରୁ ବାରମ୍ବାର ନୋଟିସ ସତ୍ତ୍ୱେ ବଟଲିଂ ପ୍ଲାଣ୍ଟ ସିକ୍ ବୋଲି ଦର୍ଶାଇ ଜେଏସକୋ ଟଙ୍କା ପଇଠ କରୁନାହିଁ । ବକେୟା ରାଜସ୍ୱ ଉପରେ ଜରିମାନା ପଡ଼ି ୪ କୋଟି ଟଙ୍କା ହେଲାଣି । ଏନେଇ ଜେଏସ୍କୋ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । କୋର୍ଟ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଜେଏସ୍କୋ ଟଙ୍କା ପଇଠ କରୁନାହିଁ । ଜେଏସ୍କୋର ସମ୍ପତ୍ତି ଅକ୍ତିଆର ପାଇଁ ଅବକାରୀ ଅଧୀକ୍ଷକ କେସ୍ କରିଛନ୍ତି ।
ଜେଏସକୋ ପକ୍ଷରୁ ରାୟଗଡ଼ାରେ ଚିନିକଳ, ଫେରୋ-ମାଙ୍ଗାନିଜ କାରଖାନା, ଡିଷ୍ଟିଲାରି ଓ ବଟଲିଂ ପ୍ଲାଣ୍ଟ ପ୍ରତିଷ୍ଠା କରାଯାଇଥିଲା । ତେବେ ପ୍ରଦୂଷଣ ନେଇ ନ୍ୟାସନାଲ ଗ୍ରିନ୍ ଟ୍ରିବ୍ୟୁନାଲ ରିପୋର୍ଟ ଦେବା ପରେ ବନ୍ଦ ହୋଇଥିଲା ଚିନିକଳ । ସରକାରଙ୍କ ସହ ଚୁକ୍ତି ଅନୁଯାୟୀ, ବିଭିନ୍ନ ଟ୍ରେଡରଙ୍କୁ ପ୍ରସ୍ତୁତ ମଦ ଦେଇନଥିଲା ଜେଏସ୍କୋ । ଟିକସ ମଧ୍ୟ ପଇଠ କରୁନଥିଲା । ସରକାରଙ୍କ ନିର୍ଦ୍ଦେଶରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଜେଏସ୍କୋର ଡିଷ୍ଟିଲାରି ଓ ବଟଲିଂ ପ୍ଲାଣ୍ଟ ସିଲ୍ ପରେ ଏବେ ସାର୍ଟିଫିକେଟ କେସ୍ ଚାଲିଛି ।
ଜେଏସ୍କୋର ଏଭଳି କାମ ପଛରେ କିଏ ? କାହିଁକି କମ୍ପାନି ଟଙ୍କା ନଦେଇ ଦିନ ଗଡ଼ାଇ ଚାଲିଛି ?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/04/22/IiMkuPkXVa4cjO2KlLsT.jpg)