ରୋଜଗାରର ବାଟ ଦେଖାଇଛି ଗେଣ୍ଡୁଫୁଲ ଚାଷ । ପ୍ରତିଦିନ ୮୦ରୁ ୯୦ କେଜି ଫୁଲ ଅମଳ ।

Advertisment

ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି କୋରାପୁଟ ମାଲଦା ଗାଁର ସ୍ବୟଂ ସହାୟକ ଗୋଷ୍ଠୀର ମହିଳା । ମହଳାଙ୍କ ପାଇଁ ଅର୍ଥ ଉପାର୍ଜନ କରିବାର ଆଉ ଏକ ମାଧ୍ୟମ ହୋଇଛି ଗେଣ୍ଡୁଫୁଲ ।

ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି କୋରାପୁଟ ମାଲଦା ଗାଁର ସ୍ବୟଂ ସହାୟକ ଗୋଷ୍ଠୀର ମହିଳା । ମହଳାଙ୍କ ପାଇଁ ଅର୍ଥ ଉପାର୍ଜନ କରିବାର ଆଉ ଏକ ମାଧ୍ୟମ ହୋଇଛି ଗେଣ୍ଡୁଫୁଲ ।

vlcsnap-2024-10-27-21h47m01s286

କନକ ବ୍ୟୁରୋ: ଚାରିଆଡେ ହଳଦୀ ରଙ୍ଗର ଫୁଲର ପସରା । ଟାଙ୍ଗରା ଭୂଇଁରେ ଫୁଲ ଫୁଟାଇଛନ୍ତି କୋରାପୁଟ ମାଲଦା ଗାଁର ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା । ପଡ଼ିଆ ପଡ଼ିଥିବା ଜମିରେ ଗେଣ୍ଡୁ ଫୁଲ ଚାଷ କରୁଛନ୍ତି ଏହି ମହିଳା ମାନେ । କମ୍ ଖର୍ଚ୍ଚରେ ମହିଳାଙ୍କୁ ଏହି ଚାଷରୁ ଅଧିକ ଲାଭ ମିଳୁଛି । ଥରେ ଲଗାଇଲେ ୩ରୁ ୪ ମାସ ପର୍ଯ୍ୟନ୍ତ ଅମଳ ହୋଇଥାଏ । 

ଆଉ ଏହାକୁ ବିକ୍ରି କରିବା ପାଇଁ ମହିଳାଙ୍କୁ ବଜାରକୁ ଯିବାକୁ ପଡୁନାହିଁ ଲୋକମାନେ ସିଧାସଳଖ ଫୁଲ ବଗିଚାକୁ ଆସି ଫୁଲ କିଣି ନେଉଛନ୍ତି ।  ପାରମ୍ପରିକ ଚାଷ ଅପେକ୍ଷା ଏହି ଚାଷ କରି ଅଧିକ ଲାଭବାନ ହୋଇପାରୁଛନ୍ତି ମହିଳା । ପୂର୍ବରୁ ଏହି ମହିଳା ମାନେ ପନିପରିବା ଚାଷ କରୁଥିଲେ । ଏବେ ଜୀବିକା ମିଶନ ସହଯୋଗରେ ଫୁଲ ଚାଷ କରୁଛନ୍ତି । ପ୍ରତିଦିନ ୮୦ରୁ ୯୦ କେଜି ଫୁଲ ଅମଳ ହେଉଛି । କିଲୋପିଛା ୯୦ ଟଙ୍କା ହିସାବରେ ଫୁଲ ବିକ୍ରି କରୁଛନ୍ତି । 
 
ଫୁଲ କିଣିବା ପାଇଁ ମହିଳାଙ୍କୁ ବିଭିନ୍ନ ସ୍ଥାନରୁ ଅର୍ଡର ମିଳୁଛି । ଅର୍ଡ଼ର ଅନୁସାରେ ଫୁଲ ତୋଳି ତାକୁ ପ୍ୟାକେଜିଂ କରି ବିକ୍ରି କରୁଛନ୍ତି । ସକାଳୁ ସକାଳୁ ଫୁଲ ତୋଳି ତାକୁ କୋଲ୍ଡ ଷ୍ଟୋରରେ ରଖିଥାଆନ୍ତି ମହିଳା । ଏହାପରେ ଲୋକଙ୍କ ଚାହିଦା ଅନୁସାରେ ବିକ୍ରି କରନ୍ତି । କେବଳ ଫୁଲ ଚାଷ ନୁହଁ ତା ସହ କିଛି ପନିପରିବା ଚାଷ ହୋଇଛି । ସେଥିରୁ ବି ମହିଳାମାନେ ଲାଭବାନ ହୋଇପାରୁଛନ୍ତି । ଘର ଖର୍ଚ୍ଚ କରିବା ସହ କିଛି ସଞ୍ଚୟ କରିପାରୁଛନ୍ତି ମହିଳା ମାନେ । ମହିଳାଙ୍କ ଏହି ଚାଷକୁ ଦେଖି ଜୀବିକା ମିଶନ ପକ୍ଷରୁ କୋଲ୍ଡ ଷ୍ଟୋରର ବ୍ୟବସ୍ଥା କରାଯାଇଛି । ଧାନ, ମକା, ମାଣ୍ଡିଆ ଚାଷ ଅପେକ୍ଷା ଫୁଲ ଚାଷ କରି ଯେ ଭଲ ରୋଜଗାର କରିହେବ ମହିଳାମାନେ ଏହି ଚାଷ କରି ପ୍ରମାଣିତ କରିଛନ୍ତି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe