ସୁନା ସଫା କରିବା ଆଳରେ ଲୁଟିନେଲେ ଅଳଙ୍କାର : ସିସିଟିଭିରେ କଏଦ ହେଲା ଦୃଶ୍ୟ

ସୁନା ସଫା କରିବା ଆଳରେ ସୁନା ଲୁଟ୍ । ନେଇଗଲେ ୧୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର । ସିସି ଟିଭିରେ କଏଦ ହେଲା ଲୁଟ୍‌ର ସମ୍ପୂର୍ଣ୍ଣ ଦୃଶ୍ୟ । ଏଭଳି ଏକ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା  ପଦନପୁର ଗାଁରେ । ଗାଁର ସେକ୍ ମୂର୍ତ୍ତେଜାଙ୍କ ଘରକୁ ଶୁକ୍ରବାର ତିନି ଜଣ ଯୁବକ ସୁନା ସଫା କରିବାକୁ ଆସିଥିଲେ ଓ ଫେରିଯାଇଥିଲେ ।

gold 45

gold 45 Photograph: (KanakNews )

କନକବ୍ୟୁରୋ : ସୁନା ସଫା କରିବା ଆଳରେ ସୁନା ଲୁଟ୍ । ନେଇଗଲେ ୧୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର । ସିସି ଟିଭିରେ କଏଦ ହେଲା ଲୁଟ୍‌ର ସମ୍ପୂର୍ଣ୍ଣ ଦୃଶ୍ୟ । ଏଭଳି ଏକ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା  ପଦନପୁର ଗାଁରେ । ଗାଁର ସେକ୍ ମୂର୍ତ୍ତେଜାଙ୍କ ଘରକୁ ଶୁକ୍ରବାର ତିନି ଜଣ ଯୁବକ ସୁନା ସଫା କରିବାକୁ ଆସିଥିଲେ ଓ ଫେରିଯାଇଥିଲେ ।

ପୁଣି ଶନିବାର ଦିନ ଆସି ସୁନାରେ ଲିକ୍ୟୁଡ୍ ପଡ଼ିନାହିଁ, ସୁନା କଳା ଦେଖାଯିବ କହି ଲୁଟି ନେଇଛନ୍ତି । ଦୁର୍ବୃତ୍ତମାନେ ଚତୁରତାର ସହ ସୁନା ନେଇ ଯାଇଥିବା ଭିଡିଓ ସିସିଟିଭିରେ କଏଦ ହୋଇଛି । ପରିବାର ଲୋକ ଦୁର୍ବୃତ୍ତଙ୍କୁ ଖୋଜାଖୋଜି କରିବା ସହ ଆଳି ଥାନାରେ ଏତଲା ଦେଇଛନ୍ତି । ସୁନା ସଫେଇ ସମୟର ସିସିଟିଭି ଫୁଟେଜ୍ ଆଧାରରେ ପୁଲିସ ଅଧିକ ତଦନ୍ତ ଆରମ୍ଭ କରିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe