କନକବ୍ୟୁରୋ : ସୁନା ସଫା କରିବା ଆଳରେ ସୁନା ଲୁଟ୍ । ନେଇଗଲେ ୧୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର । ସିସି ଟିଭିରେ କଏଦ ହେଲା ଲୁଟ୍ର ସମ୍ପୂର୍ଣ୍ଣ ଦୃଶ୍ୟ । ଏଭଳି ଏକ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ପଦନପୁର ଗାଁରେ । ଗାଁର ସେକ୍ ମୂର୍ତ୍ତେଜାଙ୍କ ଘରକୁ ଶୁକ୍ରବାର ତିନି ଜଣ ଯୁବକ ସୁନା ସଫା କରିବାକୁ ଆସିଥିଲେ ଓ ଫେରିଯାଇଥିଲେ ।
ପୁଣି ଶନିବାର ଦିନ ଆସି ସୁନାରେ ଲିକ୍ୟୁଡ୍ ପଡ଼ିନାହିଁ, ସୁନା କଳା ଦେଖାଯିବ କହି ଲୁଟି ନେଇଛନ୍ତି । ଦୁର୍ବୃତ୍ତମାନେ ଚତୁରତାର ସହ ସୁନା ନେଇ ଯାଇଥିବା ଭିଡିଓ ସିସିଟିଭିରେ କଏଦ ହୋଇଛି । ପରିବାର ଲୋକ ଦୁର୍ବୃତ୍ତଙ୍କୁ ଖୋଜାଖୋଜି କରିବା ସହ ଆଳି ଥାନାରେ ଏତଲା ଦେଇଛନ୍ତି । ସୁନା ସଫେଇ ସମୟର ସିସିଟିଭି ଫୁଟେଜ୍ ଆଧାରରେ ପୁଲିସ ଅଧିକ ତଦନ୍ତ ଆରମ୍ଭ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/01/26/Sww4dRSpitwwBdmUKSSv.jpg)