କନକ ବ୍ୟୁରୋ: ବନ୍ଧୁକ ମୁନରେ ଲୁଟିନେଲେ ୨୫ ଲକ୍ଷ ଟଙ୍କାର ଅଳଙ୍କାର । ଚମ୍ପୁଆ ଥାନା ଉର୍ତ୍ତି ଛକ ଓମ ଜୁଏଲାରୀ ଦୋକାନୀଙ୍କ ନିକଟରୁ ୨୫ ଲକ୍ଷ ଟଙ୍କାର ଗହଣା ଚୋରି ହୋଇଛି । ଦୋକାନୀ ଜଣକ ଗତ ରାତି ପ୍ରାୟ ୯ ଟା ବେଳେ ଦୋକାନ ବନ୍ଦ କରି ଅଳଙ୍କାର ବ୍ୟାଗ୍ ନେଇ ଯାଉଥିବା ବେଳେ ୬ଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇ ଦେଇଥିଲେ । ପରେ ବନ୍ଧୁକ ଭୁଜାଲି ଦେଖାଇ ମାଡ଼ ମାରିବା ସହ ଅଳଙ୍କାର ବ୍ୟାଗ୍ ନେଇ ହୋଇଯାଇଥିଲେ । ପରେ ହିରଣ୍ୟ ଛକକୁ ଯାଇ ଲୁଟ ସମ୍ପର୍କରେ ସ୍ଥାନୀୟ ଲୋକଙ୍କୁ ସୂଚନା ଦେବା ପରେ ଲୋକେ ଲୁଟେରାଙ୍କୁ ପିଛା କରିବାକୁ ଚେଷ୍ଟା କରିଥିଲେ ସୁଦ୍ଧା ଲୁଟେରାଙ୍କ ପତ୍ତା ମିଳିନଥିଲା । ଖବର ପାଇ ଚମ୍ପୁଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us