କନକ ବ୍ୟୁରୋ :  ଜୁଏଲାରି ଦୋକାନ ମାଲିକଙ୍କୁ ହାଣି ଲୁଟିଲେ ଦୃବୁର୍ତ୍ତ । ମାରଣାସ୍ତ୍ରରେ ହାଣି ଅଳଙ୍କାର ଭର୍ତ୍ତି ବ୍ୟାଗ ଲୁଟି ନେଇଛନ୍ତି ୪ଜଣ ଲୁଟେରା ।  ଭଦ୍ରକ ସିମୁଳିଆ ଥାନା ଅନ୍ତର୍ଗତ ମାର୍କୋଣା ବଜାରରେ ଏହି ଘଟଣା ଘଟିଛି । ମାର୍କୋଣା ବଜାରରେ ଥିବା ବାବାମଣି ଜୁଏଲାରିର ମାଲିକ ପ୍ରଦୀପ ସାହୁଙ୍କୁ ଆକ୍ରମଣ କରି ଲୁଟିଛନ୍ତି । ପ୍ରଦୀପ ସବୁଦିନ ଭଳି ଦୋକାନ ବନ୍ଦ କରି ଘରକୁ ଯାଉଥିଲେ । ତେବେ ଘର ସାମ୍ନାରେ ନିଜ କାରରୁ ଅଳଙ୍କାର ବ୍ୟାଗ ଧରି ଓହ୍ଲାଇବା ବେଳେ ଏକ ଧଳା କାରରେ ୪ ଜଣ ଦୃବୁର୍ତ୍ତ ଆସି ଭୁଜାଲିରେ ଆକ୍ରମଣ କରିଥିଲେ । ଏହାପରେ ୧ କେଜିରୁ ଅଧିକ ସୁନା ଓ ରୁପା ଅଳଙ୍କାର ଲୁଟ୍‌ କରି ଫେରାର ହୋଇଯାଇଛନ୍ତି । 

Advertisment