କନକ ବ୍ୟୁରୋ: ପ୍ରକାଶ ପାଇଲା ଜେଇଇ ଆଡଭାନ୍ସ ପ୍ରବେଶିକା ପରୀକ୍ଷା ଫଳ । ଟପ୍‌ ୧୫ରେ କେବଳ ଛାତ୍ର ରହିଛନ୍ତି । ୧ ନମ୍ବର ରାଙ୍କରେ ରହିଛନ୍ତି ଆଇଆଇଟି ଦିଲ୍ଲୀ ଜୋନ୍‌ର ଛାତ୍ର ରଜିତ୍ ଗୁପ୍ତା । ସେହିପରି ଛାତ୍ରୀଙ୍କ ମଧ୍ୟରେ ଟପ୍ପର ହୋଇଛନ୍ତି ଦେବଦତ୍ତା ମାଝୀ । ସେ ଆଇଆଇଟି ଖଡଗପୁର ଜୋନ୍‌ର ଛାତ୍ରୀ । ସେ ଜେଇଇ ମେନ୍‌ରେ ଦେଶରେ ଟପ୍ପର ହୋଇଥିଲେ । ୧ ଲକ୍ଷ ୮୦ ହଜାର ୪୨୨ ଛାତ୍ରଛାତ୍ରୀ ଉଭୟ ପେପର ୧ ଏବଂ ପେପର ୨ ପରୀକ୍ଷା ଦେଇଥିଲେ । ମେ ୧୮ ତାରିଖରେ ଜେଇଇ ଆଡଭାନ୍ସ ପରୀକ୍ଷା ହୋଇଥିଲା ।