କନକ ବ୍ୟୁରୋ : ବର୍ଷା ଦିନ ଆସିଲେ ବଢୁଛି ବସ୍ତି ବାସିନ୍ଦାଙ୍କ ଦୁର୍ଦ୍ଦଶା । ବାରମ୍ବାର ଅଭିଯୋଗ ପରେ ବି ଶୁଣୁନି ପ୍ରଶାସନ । ପାଣି ଭର୍ତ୍ତିହୋଇ ରାସ୍ତା ହ୍ରଦ ପାଲଟିଯାଉଛି । ଖାଲି ସେତିକି ନୁହେଁ ଜମିଥିବା ଜଳରେ ହଂସ ଓ ବତକ ଖେଳୁଛନ୍ତି ।  ଗୋପ ଗ୍ରାମ ପଞ୍ଚାୟତ ଅଧିନ ୪ ନମ୍ବର ଓ୍ବାର୍ଡ଼ର ତକିଆ ମହଲା ଓ ମୈାଲାନା ଅଂଚଳରେ ଦେଖିବାକୁ ମିଳିଛି । ଜଳ ବନ୍ଦୀ ଅବସ୍ଥାରେ ଗ୍ରାମର ଦୁଇଶହ ପରିବାର ରହିଛନ୍ତି ।   ବର୍ଷ ବର୍ଷ ଧରି ଏହି ସମସ୍ୟା ଚାଲି ଆସିଛି । ରାସ୍ତାର ଏପରି ଅବସ୍ଥା ପାଇଁ ଲୋକେ ଯାତୟାତରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସ୍କୁଲ କଲେଜ ଯିବାକୁ ପିଲା ମାନେ ନାକେଦମ ହେଉଛନ୍ତି । ଗୋପ ବଜାର ଡ୍ରେନ ଜବରଦଖଲ ଯୋଗୁଁ ବର୍ଷା ଜଳ ନିଷ୍କାସନ ହୋଇ ପାରୁନି, ଯେଉଁଥିପାଇଁ ଏପରି ସମସ୍ୟା ଉପୁଜିଥିବା ଅଭିଯୋଗ ହୋଇଛି ।