କନକ ବ୍ୟୁରୋ: ଓଡ଼ିଶାରେ ବାଂଲାଦେଶୀ ସନ୍ଦେହରେ ଦୁଇଜଣଙ୍କୁ ଅଟକ ରଖିବା ଘଟଣାରେ ମହୁଆ ମୋଇତ୍ରା ଓଡ଼ିଶା ସରକାରଙ୍କୁ ଟାର୍ଗେଟ କରିବା ପରେ ତାଙ୍କୁ ପରାମର୍ଶ ଦେବା ଛଳରେ ମରମ କଥା କହିଦେଇଛନ୍ତି ବିଜେପି ବରିଷ୍ଠ ନେତା ଜୟନାରାୟଣ ମିଶ୍ର ।
ଜୟନାରାୟଣ କହିଛନ୍ତି , ଦୁଇ ଜଣ ବାଂଲାଦେଶୀ ନାଗରିକଙ୍କ ମହୁଆ ମୋଇତ୍ରା ଓଡିଶାର ନୂଆ ନୂଆ ବୋହୂ ହୋଇଛନ୍ତି, ସେ ଓଡ଼ିଶାର ସ୍ୱାର୍ଥକୁ ବି ଦେଖନ୍ତୁ । ଓଡ଼ିଶାରେ ବାଂଲାଦେଶୀ ଲୋକ ଅଧିକ ହୋଇଯିବେ ଆଉ ଆମେ ଯଦି ସଂଖ୍ୟା ଲଘୁ ହୋଇଯିବୁ, ଏକଥା କଣ ମହୁଆ ମୋଇତ୍ରା ଚାହୁଛନ୍ତି କି ? ସେ ବାଂଲାଦେଶୀ ଏବଂ ପଶ୍ଚିମବଙ୍ଗ ଲୋକଙ୍କ ମଧ୍ୟରେ ପାର୍ଥକ୍ୟ ଜାଣିନାହାନ୍ତି । ଆମେ ପଶ୍ଚିମ ବଙ୍ଗର ଗୋଟେ ବି ଲୋକକୁ ଓଡ଼ିଶାରୁ ବାହାର କରାଯିବ ତେବେ ତାହାର ପ୍ରତିବାଦ ମୁଁ କରିବି । ପଶ୍ଚିମବଙ୍ଗର କଥା ନୁହେଁ ବର୍ମାର ରୋହିଙ୍ଗ୍ୟା ଏବଂ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ କଥା ଆସୁଛି, ସେମାନଙ୍କୁ ବାହାର କରିବାକୁ ଆମେ ଦାବି କରୁଛୁ’।
ଆହୁରି ମଧ୍ୟ କହିଛନ୍ତି ’ଓଡିଶା ବାଂଲାଦେଶୀ ମୁସଲିମ୍ ଭରା ହୋଇଗଲାଣି । ବାଂଲାଦେଶରେ ଅପରାଧ କରି ଆମ ଓଡ଼ିଶାକୁ ଆସୁଛନ୍ତି । ଏମାନଙ୍କୁ ଚିହ୍ନଟ କରି ବାହାର କରିବାର ଆବଶ୍ୟକତା ରହିଛି । ଏମାନଙ୍କୁ ବାହାର ନକଲେ ଆମେ ଆସାମ ଭଳି ସଂଖ୍ୟା ଲଘୁ ରାଜ୍ୟରେ ପରିଣତ ହେବୁ । ବାଂଲାଦେଶୀ ଏବଂ ରୋହିଙ୍ଗ୍ୟାଙ୍କୁ ଓଡିଶା ନୁହେଁ ଭାରତରୁ ବାହାର କରାଯାଉ’ ।