ଜୟଶଙ୍କରଙ୍କର ସିଧାକଥା : 'ବିଦେଶ ଚାପରେ ଭାରତ ଚେପା ହେବ ଦେଶ ନୁହେଁ'

ଦିଲ୍ଲୀ ବିଶ୍ବବିଦ୍ୟାଳୟର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଜୟଶଙ୍କର । ଏହି ସମୟରେ ତାଙ୍କୁ ପ୍ରଶ୍ନ କରାଯାଇଥିଲା ଭାରତ ଲାଗି ଟ୍ରମ୍ପ କେତେ ଭଲ

S Jaysankar

S Jaysankar Photograph: (kanak news)

କନକ ବ୍ୟୁରୋ: ଆମେରିକାରେ ଏବେ ନୂଆ ସରକାର । ଦ୍ବିତୀୟ ଥର ଲାଗି କ୍ଷମତା ଦଖଲ କରିଛନ୍ତି ଟ୍ରମ୍ପ । ନିର୍ବାଚନରେ ପ୍ରାର୍ଥୀ ହେବା ଦିନଠାରୁ ଆମେରିକା ରାଷ୍ଟ୍ରପତିଙ୍କ ନେଇ ଭାରି ଚର୍ଚ୍ଚା ଚାଲେ । କାରଣ କ୍ଷମତା ଦଖଲ କରିବା ପରେ ସେ କେଉଁ ରାଷ୍ଟ୍ର ସହ କେମିତି ସମ୍ପର୍କ ରଖିବେ ତାହା ଉପରେ ପୁରା ବିଶ୍ବର ନଜର ରହିଛି । ଖାସ କରି ଟ୍ରମ୍ପ-ମୋଦିଙ୍କ ସମ୍ପର୍କ ବିଷୟରେ ପୁରା ବିଶ୍ବ ଅବଗତ ଅଛି । ଏହାପରେ ବି ବର୍ତ୍ତମାନ ଟ୍ରମ୍ପ ଭାରତ ଲାଗି କେତେ ହିତକାରୀ ସେନେଇ ବଡ଼ ବୟାନ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଜୟଶଙ୍କର ।


ଟ୍ରମ୍ପଙ୍କୁ ନେଇ ବଡ଼ ବୟାନ ଦେଲେ ଜୟଶଙ୍କର
କହିଦେଲେ ଟ୍ରମ୍ପ ଭାରତ ଦୋସ୍ତ ନା ଦୁଶମନ
ଚର୍ଚ୍ଚା ବଢାଇଲା ବୈଦେଶିକ ମନ୍ତ୍ରୀଙ୍କ ବୟାନ
ମୋଦି ଦେଶକୁ ଭଲପାଆନ୍ତି
ଟ୍ରମ୍ପ ବି ଦେଶକୁ ଭଲପାଆନ୍ତି

ଦିଲ୍ଲୀ ବିଶ୍ବବିଦ୍ୟାଳୟର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଜୟଶଙ୍କର । ଏହି ସମୟରେ ତାଙ୍କୁ ପ୍ରଶ୍ନ କରାଯାଇଥିଲା ଭାରତ ଲାଗି ଟ୍ରମ୍ପ କେତେ ଭଲ । ଏ ପ୍ରଶ୍ନର ଉତ୍ତର ସିଧାସିଧା ଦେଇଥିଲେ ଜୟଶଙ୍କର । କହିଥିଲେ, ମୁଁ ଗୋଟିଏ କଥା କହିବାକୁ ଚାହେଁ ଭାରତକୁ ଯେମିତି ପ୍ରଧାନମନ୍ତ୍ରୀ ଭଲପାଆନ୍ତି ଆମେରିକାକୁ ସେମିତି ଟ୍ରମ୍ପ ଭଲପାଆନ୍ତି । ସଜସଜ ମୁଁ ଆମେରିକା ଗସ୍ତରେ ଯାଇଥିଲି ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବକୁ । ସେଠାରେ ଆମକୁ ଉତ୍ତମ ବ୍ୟବହାର ଦେଖାଯାଇଥିଲା । ହଁ ଏହା ସତ ଯେ ଟ୍ରମ୍ପଙ୍କ ନୀତି ପୁରା ବିଶ୍ବରେ ପ୍ରଭାବ ପକାଇବ । ହେଲେ ଭାରତ ନିଜ ଦେଶ ଲାଗି ଯାହା ହିତକର ସେଇୟା ହିଁ କରେ । ତେଣୁ ଏଥିରେ କୌଣସି ପ୍ରକାର ଆଶ୍ଚର୍ଯ୍ୟ ହେବାର ନାହିଁ କି ଭାରତ କେବେ ବି କାହାର ଚାପରେ ଆସିବ ନାହିଁ ବୋଲି ରୋକଠୋକ କହିଛନ୍ତି ଜୟଶଙ୍କର ।

ଅନେକ ନୀତି ବଦଳାଇପାରନ୍ତି ଟ୍ରମ୍ପ

ବାଇଡେନ୍‌ ସରକାର ଗଲା, ଟ୍ରମ୍ପଙ୍କ ସରକାର ଆସିଲା । ସରକାରକୁ ଆସୁଆସୁ ଅନେକ ନୀତିରେ ସେ ପରିବର୍ତ୍ତନ ବି କଲେଣି । ଆଗାମୀ ଦିନରେ ବି କରିବେ । ଯେହେତୁ ବିଶ୍ବର ଶକ୍ତିଶାଳୀ ରାଷ୍ଟ୍ର ଆମେରିକା, ତେଣୁ ରାଷ୍ଟ୍ରପତି ଆପଣାଉଥିବା ନୀତି ପୁରା ବିଶ୍ବ ଉପରେ ପ୍ରଭାବ ପକାଇବ । କ୍ଷମତାକୁ ଆସୁ ଆସୁ ଚୀନ ଉପରେ ବାଣିଜ୍ୟିକ ଆମଦାନୀ ଶୁଳ୍କ ବଢାଇବା ହେଉ କି ପାକିସ୍ତାନକୁ ତାଲିବାଣୀ ଶରଣାର୍ଥୀ ସହାୟତା ବନ୍ଦ ହେଉ । ଏମିତି ଅନେକ ନିଷ୍ପତ୍ତି ପାଇଁ ଟ୍ରମ୍ପ ଏବେ ଚର୍ଚ୍ଚାରେ । ତେଣୁ ଆଗାମୀ ଦିନରେ ଭାରତ ପାଇଁ ସେ କି ପଦକ୍ଷେପ ନେଉଛନ୍ତି ତାହା ତ ସମୟ କହିବ । ହେଲେ ଜୟଶଙ୍କର ସ୍ପଷ୍ଟ କରିଛନ୍ତି, ଭାରତର ବିଦେଶ ନୀତି ଭାରତୀୟଙ୍କ ଉପରେ ନିର୍ଭର କରେ । ଅର୍ଥାତ୍‌ ଦେଶର ହିତ ଲାଗି ଯାହା ଠିକ୍‌ ତାହା ହିଁ ମୋଦି କରନ୍ତି । ଏହାସହ ସେ ଆହୁରି ମଧ୍ୟ କହିଛନ୍ତି, ମୋଦି-ଟ୍ରମ୍ପଙ୍କ ସମ୍ପର୍କ ଭଲ ଥିବାରୁ ଦୁଇଦେଶର ସମ୍ପର୍କ ବି ମଜବୁତ ହେବ ।

ସେପଟେ ମୋଦିଙ୍କୁ ନେଇ ବଡ଼ ବୟାନ ରଖିଛନ୍ତି ଜୟଶଙ୍କର । କହିଛନ୍ତି, ମୋଦି ଜୀ ମତେ ଆଗକୁ ବଢିବାରେ ଅନେକ ସାହାଯ୍ୟ କରିଛନ୍ତି । ମନ୍ତ୍ରୀ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ କେବଳ ଗୋଟିଏ ସ୍ବପ୍ନ କେମିତି ଦେଶର ବିକାଶ ହେବ । ସେଇଥି ଲାଗି ମୋଦି ଦିନରାତି ପରିଶ୍ରମ କରୁଛନ୍ତି । ଯେଉଁମାନେ ଦେଶ ସେବାରେ ନିଜକୁ ସମର୍ଥି ଦେଇଛନ୍ତି ସେଠାରେ ବୈଦେଶିକ ଚାପ କାମ କରିବ ନାହିଁ ବୋଲି ପରୋକ୍ଷରେ ଜୟଶଙ୍କର କହିଛନ୍ତି । ତେବେ ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି କି, ଭାରତ ଉପରେ କାମ କରିବ ନାହିଁ କୌଣସି ବିଦେଶୀ ଚାପ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe