ଲୋକାର୍ପିତ ହେଲା ସୁଜାତା ଆଚାର୍ଯ୍ୟଙ୍କ ଉପନ୍ୟାସ  କେବେ ଖରା, କେବେ ଛାଇ, ଲୋକାର୍ପଣ କଲେ ବିଶିଷ୍ଟ ସାହିତ୍ୟିକା ଜୟନ୍ତୀ ରଥ

Advertisment

ଲେଖିକା ସୁଜାତା ଆଚାର୍ଯ୍ୟଙ୍କ ପ୍ରଥମ ଉପନ୍ୟାସ "କେବେ ଖରା, କେବେ ଛାଇ' ସ୍ଥାନୀୟ ବୁଦ୍ଧ ମନ୍ଦିର ସଭାକକ୍ଷରେ ଏକ ସାରସ୍ୱତ ପରିବେଶରେ ଲୋକାର୍ପିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଯୋଗଦେଇ ସୁନାମଧନ୍ୟ ସାହିତ୍ୟିକା ଡ. ଜୟନ୍ତୀ ରଥ କହିଥିଲେ ଯେ ସାହିତ୍ୟ କେବଳ ଲେଖକର ବୌଦ୍ଧିକ ଉତ୍ତରଣ ନୁହେଁ ବରଂ ଏହା ମଣିଷର ସୁଖଦୁଃଖ, ଅଶ୍ରୁ, ଆନନ୍ଦ୍, ସଂଘର୍ଷ ଓ ସଂଘାତର ଏକ ଚଳନ୍ତି ଦସ୍ତାବିଜ୍ । ସୁଜାତାଙ୍କ ଉପନ୍ୟାସ ସୁଖପାଠୀ ଏବଂ ଏଥିରେ ବହୁ ଚରିତ୍ରର ଅବତାରଣା ମଧ୍ୟରେ ଅନେକ ନୂଆ ଏବଂ ଅଜଣା ତଥ୍ୟ ଭରିଛନ୍ତି ଲେଖିକା, ଯାହା ସ୍ୱାଗତ ଯୋଗ୍ୟ ।

12a

କନକ ବ୍ୟୁରୋ : ଉପନ୍ୟାସ ମାଧ୍ୟମରେ ହିଁ ଜୀବନର ସୂକ୍ଷ୍ମ ଅବବୋଧ, ଘଟଣା ଚରିତ୍ର, କାଳଖଣ୍ଡ ଏବଂ ସାମାଜିକ ଚିତ୍ର ଓ ଚରିତ୍ରର ଏକ ଦୀର୍ଘସ୍ଥାୟୀ ପ୍ରଭାବ ଅନୁଭୁତ ହୋଇଥାଏ । ଉପନ୍ୟାସ ମାଧ୍ୟମରେ ଲେଖକୀୟ ଅନ୍ୱେଷଣର ଏକ ନିଖୁଣ ପ୍ରତିଛବି ତଥା ସାମାଜିକ ଘଟଣାକ୍ରମର ପ୍ରତିଫଳନ ଜୀବନ୍ୟାସ ପାଇଥାଏ । ଯାହା ପାଠକଙ୍କୁ ଶେଷ ପର୍ଯ୍ୟନ୍ତ ବାନ୍ଧିରଖେ । ସଂପ୍ରତି ଓଡ଼ିଆ ସାହିତ୍ୟ ଉପନ୍ୟାସ ଲେଖିବା ଏବଂ ତାକୁ ପଢ଼ିବା ପାଇଁ ଆଗ୍ରହ କମି କମି ଯାଉଛି । ଏହି ସମୟରେ ସୁଜାତା ଆଚାର୍ଯ୍ୟଙ୍କ ଲିଖିତ ଉପନ୍ୟାସ "କେବେ ଖରା, କେବେ ଛାଇ' ପାଠକମାନଙ୍କୁ ନିଶ୍ଚିତ ଭାବେ ଏକ ଭିନ୍ନ ଅନୁଭବ ଦେବ ବୋଲି ପୁସ୍ତକ ଲୋକାର୍ପଣ ଅବସରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । 

ଲେଖିକା ସୁଜାତା ଆଚାର୍ଯ୍ୟଙ୍କ ପ୍ରଥମ ଉପନ୍ୟାସ "କେବେ ଖରା, କେବେ ଛାଇ' ସ୍ଥାନୀୟ ବୁଦ୍ଧ ମନ୍ଦିର ସଭାକକ୍ଷରେ ଏକ ସାରସ୍ୱତ ପରିବେଶରେ ଲୋକାର୍ପିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଯୋଗଦେଇ ସୁନାମଧନ୍ୟ ସାହିତ୍ୟିକା ଡ. ଜୟନ୍ତୀ ରଥ କହିଥିଲେ ଯେ ସାହିତ୍ୟ କେବଳ ଲେଖକର ବୌଦ୍ଧିକ ଉତ୍ତରଣ ନୁହେଁ ବରଂ ଏହା ମଣିଷର ସୁଖଦୁଃଖ, ଅଶ୍ରୁ, ଆନନ୍ଦ୍, ସଂଘର୍ଷ ଓ ସଂଘାତର ଏକ ଚଳନ୍ତି ଦସ୍ତାବିଜ୍ । ସୁଜାତାଙ୍କ ଉପନ୍ୟାସ ସୁଖପାଠୀ ଏବଂ ଏଥିରେ ବହୁ ଚରିତ୍ରର ଅବତାରଣା ମଧ୍ୟରେ ଅନେକ ନୂଆ ଏବଂ ଅଜଣା ତଥ୍ୟ ଭରିଛନ୍ତି ଲେଖିକା, ଯାହା ସ୍ୱାଗତ ଯୋଗ୍ୟ ।

  ମୁଖ୍ୟ ବକ୍ତା ଭାବେ ଯୋଗଦେଇ ସାହିତ୍ୟିକା ଭାନୁମତି ସାହୁ ଓଡ଼ିଶା ସାହିତ୍ୟରେ ଉପନ୍ୟାସ ଲେଖିବାର ଧାରା ଏବଂ ଯାତ୍ରା କିଭଳି ଅବାରିତ ଜାରି ରହିଛି ସେ ସମ୍ପର୍କରେ ଆଲୋକପାତ କରିଥିଲେ । ପୁସ୍ତକର ସମୀକ୍ଷା କରି ବିଶିଷ୍ଠ କବି ରକ୍ଷକ ନାୟକ ଲେଖିକାଙ୍କ ସାରସ୍ୱତ  ଯାତ୍ରା ଆହୁରି ପ୍ରଭାବଶାଳୀ ହେଉ ବୋଲି ମତବ୍ୟକ୍ତ କରିଥିଲେ । ସୂଚନା ଓ ଲୋକସମ୍ପର୍କ ବିଭାଗର ଉପନିର୍ଦ୍ଦେଶକ ସୁଚେତା ପ୍ରିୟଦର୍ଶନୀ ପ୍ରାରମ୍ଭିକ ବକ୍ତବ୍ୟ ତଥା ଅତିଥୀ ପରିଚୟ ପ୍ରଦାନ କରିଥିଲେ । ସୁଲେଖିକା ସୁଜାତା ଆଚାର୍ଯ୍ୟ ନିଜର ଲେଖକୀୟ ଅଭିବ୍ୟକ୍ତିରେ ସାହିତ୍ୟ ପ୍ରତି ତାଙ୍କର ଅନୁରାଗ ହିଁ ତାଙ୍କୁ ଏଭଳି ପ୍ରୟାସ ପାଇଁ ପ୍ରେରଣା ଦେଇଛି ବୋଲି କହିଥିଲେ । କବି ତଥା ସଂଯୋଜିକା ଚମକ ଚାନ୍ଦିନୀ ଦାଶ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ । ଏହି ପୁସ୍ତକ ଲୋକାର୍ପଣ କାର୍ଯ୍ୟକ୍ରମରେ ବହୁ ସାହିତ୍ୟିକ, ବୁଦ୍ଧିଜୀବୀ, ରମାଦେବୀ ବିଶ୍ୱବିଦ୍ୟାଳୟର ପୁରାତନ ଛାତ୍ରୀ ତଥା ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ପୁସ୍ତକ ପୂର୍ବାଙ୍ଗ ପ୍ରକାଶନୀ ମାଧ୍ୟମରେ ପ୍ରକାଶିତ ହୋଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe