କନକ ବ୍ୟୁରୋ: ପଣ୍ଡିତ ନୀଳକଣ୍ଠ ଦାସ ଓଡ଼ିଆ ଜାତିକୁ ଆଗକୁ ନେବା ପାଇଁ ଅନେକ ସଂଘର୍ଷ କରିଛନ୍ତି । କିନ୍ତୁ ନୀଳକଣ୍ଠଙ୍କ ଜନ୍ମସ୍ଥାନ ସତ୍ୟବାଦୀର ଶ୍ରୀରାମଚନ୍ଦ୍ରପୁର ଗାଁ ଅବହେଳିତ ହୋଇପଡ଼ିଛି । ଘର ବି ଜରାଜୀର୍ଣ୍ଣ ହୋଇପଡ଼ିଛି, କାହାର ବି ଦୃଷ୍ଟିପଡୁନି । ସେହିପରି ସହିଦ ଲକ୍ଷ୍ମଣ ନାୟକଙ୍କ ତେନ୍ତୁଳିଗୁମ୍ମା ଗାଁ । ଏଠି ପ୍ରକଳ୍ପ ଦ୍ବାରା ଷ୍ଟାଣ୍ତ ପୋଷ୍ଟ ହୋଇଛି ହେଲେ ବର୍ଷ ବର୍ଷ ଧରି ଏହି ଷ୍ଟାଣ୍ତ ପୋଷ୍ଟରେ ପାଣି ଆସୁନି । 

Advertisment
  • ୧୪ ବରପୁତ୍ରଙ୍କୁ ମିଳିବ ସମ୍ମାନ
  • ଜୟନ୍ତୀ ଓ ଶ୍ରାଦ୍ଧ ପାଳିବେ ସରକାର

ବିଧାନସଭା ପରିସର ଓ ବାହାରେ ସ୍ଥାପିତ ୧୪ ବରପୁତ୍ରଙ୍କୁ ଉଚିତ ସମ୍ମାନ ଦେବେ ରାଜ୍ୟ ସରକାର । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକ ପରେ ଏ ନେଇ ସଚିବ ସତ୍ୟବ୍ରତ ରାଉତ ଶକ୍ତି ବିଭାଗ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମହାନଗର ନିଗମ କମିସନର ଓ ଆରଡିସିଙ୍କୁ ଅବଗତ କରାଇଛନ୍ତି । ସୂଚନା ଓ ଲୋକସମ୍ପର୍କ ବିଭାଗ ସହିଦ ବାଜି ରାଉତ, ସହିଦ ଲକ୍ଷ୍ମଣ ନାୟକ, ଚକରା ବିଷୋୟୀ, ଜୟୀ ରାଜଗୁରୁ, ଧରଣୀଧର ନାୟକ, ବିର୍ସା ମୁଣ୍ଡାଙ୍କ  ଜୟନ୍ତୀ ଓ ଶ୍ରାଦ୍ଧ ବାର୍ଷିକ ପାଳିବ। ସେହିଭଳି ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର, ରମା ଦେବୀ, ସନ୍ଥକବି ଭୀମଭୋଇ, ସ୍ବଭାବକବି ଗଙ୍ଗାଧର ମେହେର, ରେଣ୍ଡୋ ମାଝୀ, ପଣ୍ଡିତ ରଘୁନାଥ ମୁର୍ମୁ, କବିସୂର୍ଯ୍ୟ ବଳଦେବ ରଥ ଓ ବାଗ୍ମୀ ବିଶ୍ବନାଥ କରଙ୍କ ଜୟନ୍ତୀ ଓ ଶ୍ରାଦ୍ଧଦିବସ ପାଳିବ ।