ଉତ୍ତରପ୍ରଦେଶ ପଞ୍ଚାୟତ ନିର୍ବାଚନ, ଜୟନ୍ତ ବଢାଇଲେ ଯୋଗୀଙ୍କ ଟେନସନ୍, ଏକା ଲଢିବାକୁ କଲେ ଘୋଷଣା

ଆରଏଲଡି ବା ରାଷ୍ଟ୍ରୀୟ ଲୋକଦଳ ମୁଖ୍ୟ କେନ୍ଦ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀ ଘୋଷଣା କରିଛନ୍ତି କି, ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳ ଏନଡିଏ ସହ ମିଶି ନୁହେଁ ବରଂ ଏକାକୀ ଲଢିବ । 

Capture

କନକ ବ୍ୟୁରୋ : ଆଗକୁ ରହିଛି ଉତ୍ତରପ୍ରଦେଶର ପଞ୍ଚାୟତ ନିର୍ବାଚନ । ଗୋଟିଏ ପଟେ ଲୋକସଭା ନିର୍ବାଚନରେ ସମାଜାବାଦୀ ପାର୍ଟି ଯେଭଳି ଭାବେ ଯୋଗୀଙ୍କୁ ଟକ୍କର ଦେଇଥିଲା ତାହା ଯୋଗୀଙ୍କ ପାଇଁ ଚ୍ୟାଲେଞ୍ଜ । ସେପଟେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏନଡିଏର ସହଯୋଗୀ ଦଳ ଆରଏଲଡି ଏବେ ପୁଣି ଯୋଗୀଙ୍କ ଟେନସନକୁ ଦ୍ୱିଗୁଣିତ କରିଛି । ଆରଏଲଡି ବା ରାଷ୍ଟ୍ରୀୟ ଲୋକଦଳ ମୁଖ୍ୟ କେନ୍ଦ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀ ଘୋଷଣା କରିଛନ୍ତି କି, ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳ ଏନଡିଏ ସହ ମିଶି ନୁହେଁ ବରଂ ଏକାକୀ ଲଢିବ । 

ମେରଠରେ ଆୟୋଜିତ ନିର୍ବାଚନ କମିଟି ବୈଠକରେ ଜୟନ୍ତ ଚୌଧୁରୀ କହିଛନ୍ତି କି, ଦଳ ପଞ୍ଚାୟତ ନିର୍ବାଚନ ଏକାକୀ ଓ ନିଜ ଶକ୍ତିରେ ଲଢିବ । ଏହି ବୈଠକରେ ଆରଏଲଡିର ରାଜ୍ୟ ସଂଯୋଜକ କୁଲଦୀପ ଓଜ୍ୱଲ କହିଛନ୍ତି କି, ପଞ୍ଚାୟତ ନିର୍ବାଚନ ହେଉଛି ଗାଁ ନିର୍ବାଚନ । ଗାଁର ଲୋକମାନେ ଏଥିରେ ଭୋଟ ଦେଇଥାନ୍ତି । ଆମ ଦଳ ଗ୍ରାମାଞ୍ଚଳରେ ବେଶ୍ ମଜବୁତ ରହିଛି । ଏଣୁ ଦଳ ସାରା ରାଜ୍ୟରେ ଏକାକୀ ନିର୍ବାଚନ ଲଢିବାକୁ ପ୍ରସ୍ତୁତ କରୁଛି । ଏନଡିଏ ସହ ଆମର ମେଣ୍ଟ କେବଳ ବିଧାନସଭା ଓ ଲୋକସଭାକୁ ନେଇ ହୋଇଛି । ହେଲେ ପଞ୍ଚାୟତ ନିର୍ବାଚନରେ ଦଳ ନିଜର କର୍ମୀ ଓ ନେତାଙ୍କୁ ନେଇ ଏକାକୀ ନିର୍ବାଚନ ଲଢ଼ିବ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe